ବୁର୍ଲା ଡାକ୍ତରଖାନାରେ ଉତ୍ତେଜନା: ଡାକ୍ତରଙ୍କୁ ମାଡ଼ ଅଭିଯୋଗ

Advertisment

ରୋଗୀ ସଂପର୍କୀୟଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କଲେ ପିଜି ଛାତ୍ର

ରୋଗୀ ସଂପର୍କୀୟଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କଲେ ପିଜି ଛାତ୍ର

ବୁର୍ଲା ଡାକ୍ତରଖାନାରେ ଉତ୍ତେଜନା: ଡାକ୍ତରଙ୍କୁ ମାଡ଼ ଅଭିଯୋଗ

vimsar

ସମ୍ବଲପୁର: ବୁର୍ଲାସ୍ଥିତ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ୨ଜଣ ସଂପର୍କୀୟ ରବିବାର ଭିମସାର୍‌ର ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ପିଜି ଛାତ୍ରମାନେ ଘଟଣା ସହିିତ ସଂପୃକ୍ତ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକଙ୍କୁୁ ଅଟକ ରଖି ପଚରାଉଚରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି।

ସୂତ୍ର ଅନୁସାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ସଂପୃକ୍ତ ନ୍ୟୁରୋ ସର୍ଜନ ଉପରୋକ୍ତ ନର୍ସିଂ ହୋମ୍‌କୁ ମଧ୍ୟ ରୋଗୀ ଦେଖିବାକୁ ଯାଇଥାନ୍ତି। ସେଠାରେ ସେ ଝାରସୁଗୁଡ଼ା ଜିଲ୍ଲାର ଥାନ ସୁନ୍ଦର ବେହେରାଙ୍କ ଚିକିତ୍ସା କରୁଥିଲେ। ରୋଗୀଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କ ସଂପର୍କୀୟ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ସେହି ସମୟରେ ଡାକ୍ତରଜଣକ ବଡ ଡାକ୍ତରଖାନାରେ ଥିଲେ। ସେ ନର୍ସିଂହୋମ୍‌ ଯିବାକୁ ମନା କରିଥିଲେ। ଏହା ପରେ ରୋଗୀଙ୍କର ୨ ଜଣ ସଂପର୍କୀୟ ମେଡିକାଲରେ ପହଞ୍ଚି ଡାକ୍ତରଙ୍କୁ ଏବାବଦରେ ପଚାରିଥିଲେ। ସେମାନେ ଡାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୋଗ ହେଉଛି। ଏହାପରେ ପିଜି ଛାତ୍ରମାନେ ଠୁଳ ହୋଇ ଜଣେ ସଂପର୍କୀୟ ଝସକେତନଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ।

ଏହା ପରେ ପୁଲିସ ତାଙ୍କୁ ଆଣି ମେଡିକାଲ ଫାଣ୍ଡିରେ ରଖିବା ପରେ ଛାତ୍ରମାନେ ବହୁ ସମୟ ପର୍ଯ୍ୟନ୍ତ ଫାଣ୍ଡି ଘେରାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe