ଦୀର୍ଘ ସମୟ ପରେ ବି ଡାକ୍ତର ନ ପହଂଚିବାରୁ ଚାଲିଗଲା ରୋଗୀଙ୍କ ଜୀବନ, ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା

Advertisment
ଦୀର୍ଘ ସମୟ ପରେ ବି ଡାକ୍ତର ନ ପହଂଚିବାରୁ ଚାଲିଗଲା ରୋଗୀଙ୍କ ଜୀବନ, ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା l ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଡାକ୍ତର, ଷ୍ଟାଫ୍ ନର୍ସ ନଥିବାରୁ ରୋଗୀରଙ୍କୁ ଜରୁରୀ ଚିକିତ୍ସା ଦିଆଯାଇପାରି ନାହିଁ। ଡାକ୍ତରଙ୍କ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ ଚିତ୍ରକୋଣ୍ଡା ସାଈମନ୍ଦିର ପଛ ସାହିର ବିଜୁ ନାୟକ (୨୯) ଆଜି ଅପରାହ୍ନରେ ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖୁଥିଲେ। ଖେଳ ଦେଖି ସରିବା ପରେ ହଠାତ ବିଜୁର ଛାଡି ଯନ୍ତ୍ରଣା ହେବାରୁ କ୍ଲବର ପିଲାମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆଣିଥିଲେ ସେହି ସମୟରେ ବିଜୁ ମଧ୍ୟ ମେଡିକାଲକୁ ନିଜେ ଚାଲି ଚାଲି ଯାଇଥିଲେ l ଡାକ୍ତରଖାନରେ କେବଳ ଆଟେନାଣ୍ଟ ସଦାନନ୍ଦ ଥିଲେ କେହି ଡାକ୍ତର ଓ ଷ୍ଟାଫ୍ ନର୍ସ ନଥିଲେ l ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ରୋଗୀର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ସଦାନନ୍ଦ ଡାକ୍ତର ଡାକିବାକୁ ଯାଇଥିଲା ଡାକ୍ତର ଆସିବାରେ ବିଳମ୍ବ ଏବଂ ଜରୁରୀ ଚିକିତ୍ସା ଅଭାଵରୁ ରୋଗୀ ମୃତ୍ୟୁ ଘଟିଥିବା ପରିବାର, ଲାଲବାହାଦୁର ଶାସ୍ତ୍ରୀ କ୍ଲବର ଶତାଧିକ ସମସ୍ୟ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ମେଡିକାଲକୁ ଘେରାଉ କରି ରଖିଥିଲେ ।
ରିପୋର୍ଟ ଲେଖାଯିବା ବେଳକୁ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରହିଛି l ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଂଚି ତଦନ୍ତ କରିବା ସହ ବୁଝାସୁଝା କରୁଥିବା ବେଳେ ଗରିବ ଆଦିବାସୀ ପିଲାକୁ ଉଛିତ ନ୍ୟାୟ ପାଇଁ ଦାବିରେ ଆସନ୍ତାକାଲି ଶବ ରଖି ରାସ୍ତା ରୋକ ସହ ଚିତ୍ରକୋଣ୍ଡା ବନ୍ଦ କରିବେ ବୋଲି ପରିବାର ତଥା ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ତରଫରୁ ସୂଚନା ମିଳିଛି l
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe