ଚିକିତ୍ସା ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ସଂପର୍କୀୟଙ୍କ ରାସ୍ତାରୋକ ଓ ଭଙ୍ଗାରୁଜା

Advertisment
ଚିକିତ୍ସା ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ସଂପର୍କୀୟଙ୍କ ରାସ୍ତାରୋକ ଓ ଭଙ୍ଗାରୁଜା

ଯାଜପୁର/ଭୁବନେଶ୍ୱର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ଗର୍ଭବତୀ ମହିଳାଙ୍କ ସଂପର୍କୀୟ ଲୋକେ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ ସହ ଭଙ୍ଗାରୁଜା କରିଛନ୍ତି। ମଙ୍ଗଳପୁର ଥାନା ହସନପୁର ପଞ୍ଚାୟତ ଚାନ୍ଦିପୁର ଗ୍ରାମର ସରୋଜ କୁମାର ଜେନାଙ୍କ ସ୍ତ୍ରୀ ରୁସ୍ମିତା ଜେନା (୨୮)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହସନପୁର ପଂଚାୟତ ଚାନ୍ଦିପୁର ଗ୍ରାମର ସରୋଜ କୁମାର ଜେନାଙ୍କ ପତ୍ନୀ ରୁସ୍ମିତା ଜେନା(୨୮) ଶୁକ୍ରବାର ପ୍ରସବ ଜନିତ ପୀଡା ଅନୁଭବ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିଲେ। କିନ୍ତୁ ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରସବ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ମୃତକଙ୍କ ସଂପର୍କୀୟ ରାସ୍ତା ଅବରୋଧ କରିବା ସହ ମେଡିକାଲ ପରିସରରେ ହୋ ହାଲ୍ଲା ଓ ଭଙ୍ଗା ରୁଜା କରିଥିଲେ।

ଉତ୍ତେଜନା ପରେ ଏଡିଏମ୍‌ ପ୍ରଫୁଲ ଦିକ୍ଷୀତ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ହେବ ବୋଲି କହିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଉତ୍ତକ୍ତ ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ ଜାରି ରଖିଛନ୍ତି। ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ ଜାରି ରଖିଛନ୍ତି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିନାହିଁ।

publive-image

ସୂଚନାଯୋଗ୍ୟ, ଆଜି ସକାଳୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜଣେ ମହିଳା ମୃତ ଶିଶୁପୁତ୍ର ଜନ୍ମ କରିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାରିପଦା ସଦର ଥାନାର ବଜ୍ରତୁଣ୍ଡି ଗାଁର ଗର୍ଭବତୀ ମହିଳା ସୁରେଖା ବେହେରା (୨୭)ଙ୍କୁ ୪ ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe