କରୋନା ଆକ୍ରାନ୍ତଙ୍କ ମୃତ୍ୟୁରୁ ଆଇଜିଏଚରେ ଉତ୍ତେଜନା 

Advertisment
କରୋନା ଆକ୍ରାନ୍ତଙ୍କ ମୃତ୍ୟୁରୁ ଆଇଜିଏଚରେ ଉତ୍ତେଜନା 

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଅକ୍ସିଜେନ୍ ଅଭାବରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଯାହାକୁ କେନ୍ଦ୍ରକରି ଆଇଜିଏଚରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଙ୍କ ପୁଅ, ତାଙ୍କ ସମ୍ପର୍କୀୟ ଓ ବିଜେପିର କିଛି ନେତା ପହଞ୍ଚି କାର୍ଯ୍ୟାନୁଷ୍ଠାନ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯେଉଁମାନେ ଚିକିତ୍ସାରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତଙ୍କ ପୁଅ ଅଡି ବସିଥିଲେ। ସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଜିଏଚ୍ର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ।

ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସ୍ଥିତି ଶାନ୍ତ ପଡିଥିଲା। ଛେଣ୍ଡ କଲୋନିର ପ୍ରଶାନ୍ତ କୁମାର ପଣ୍ଡାଙ୍କ ପିତା ଦିନବନ୍ଧୁ ପଣ୍ଡା କରୋନା ଆକ୍ରାନ୍ତ ହୋଇଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ପ୍ରଶାନ୍ତ ତାଙ୍କ ପିତାଙ୍କୁ ଗତ ୧୧ ତାରିଖ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ପ୍ରଶାନ୍ତ ଆଇଜିଏଚ୍ ନିର୍ଦ୍ଦେଶକଙ୍କୁ ଦେଇଥିବା ଦାବିପତ୍ରରେ ଦର୍ଶାଇଛିନ୍ତ, ଗତକାଲି ଭୋର ପ୍ରାୟ ୫ଟା ୪୦ ମିନିଟ୍ରେ ତାଙ୍କ ପିତାଙ୍କ ଅକ୍ସିଜେନ୍ ସ୍ତର ୯୭ ରହିଥିଲା। ହଠାତ୍ ଅକ୍ସିଜେନ୍ ସ୍ତର ହ୍ରାସ ପାଇବାରୁ ସେ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତର ଓ ନର୍ସଙ୍କୁ ଜଣାଇଥିଲେ। ନର୍ସ ଜଣଙ୍କ ଅକ୍ସିଜେନ୍ ସିଲିଣ୍ଡର ଲଗାଇବା ଜାଣି ନାହାନ୍ତି , ଅନ୍ୟ ଜଣଙ୍କୁ କହୁଛି ବୋଲି କହିଥିଲେ। ଅନ୍ୟ ଜଣେ ଅକ୍ସିଜେନ୍ ସିଲିଣ୍ଡର ବେଡ ନିକଟରେ ପହଞ୍ଚାଇବା ପୂର୍ବରୁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇସାରିଥିଲା। ଏଥିପାଇଁ ସେ ୱାର୍ଡରେ ଥିବା ଡାକ୍ତର ଓ ନର୍ସଙ୍କୁ ଦାୟୀ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe