ହୋଲି ଖେଳରୁ ରଣକ୍ଷେତ୍ର, ଜାତୀୟ ରାଜପଥ ଅବରୋଧ, ପୁଲିସ ଚଳାଇଲା ଫାଙ୍କା ଗୁଳି

Advertisment
ହୋଲି ଖେଳରୁ ରଣକ୍ଷେତ୍ର, ଜାତୀୟ ରାଜପଥ ଅବରୋଧ, ପୁଲିସ ଚଳାଇଲା ଫାଙ୍କା ଗୁଳି

ଜୟପୁର: ହୋଲି ଖେଳକୁ ନେଇ କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା ଅଂଚଳରେ ଶୁକ୍ରବାର ରଣକ୍ଷେତ୍ର ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୨୬ରେ ଉତ୍ତେଜନା ଲାଗି ରହିବା ପରେ ପୁଲିସ ଘଟଣାସ୍ଥଳରେ ପହଂଛି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି। ଏଥି ପାଇଁ ପୁଲିସକୁ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇବାକୁ ପଡ଼ିଛି। ୨ଟି ବାଇକ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ୧ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।

publive-image

ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢେପାଗୁଡ଼ାର ଗୋଟିଏ ଗୋଷ୍ଠୀ ଏବଂ କୁଣ୍ଡାରିଗୁଡ଼ା ଘାସିସାହିର ଏକ ଗୋଷ୍ଠୀ ମଧ୍ୟରେ ବହୁ ଦିନରୁ ଶତ୍ରୁତା ଥିଲା। ଆଜି ହୋଲି ଖେଳ ପରେ ଏହା ଅଧିକ ଭୟଙ୍କର ରୂପ ନେଇଥିଲା। ଉଭୟ ଗୋଷ୍ଠୀର ଲୋକେ ହୋଲି ଖେଳ ପରେ କେନାଲକୁ ଗାଧୋଇବାକୁ ଯାଇଥିଲେ। ଉଭୟ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଗଣ୍ଡଗୋଳ ଲାଗି ରହିଥିଲା

ସୂଚନା ପାଇ ଜୟପୁର ଟାଉନ ପୁଲିସ, ସଦର ପୁଲିସ ଓ ମହିଳା ପୁଲିସ ଘଟଣାସ୍ଥଳକୁ ପହଂଚିଲେ ମଧ୍ୟ ଉତ୍ତେଜିତ ଲୋକେ କାହାରିକୁ ଖାତିର କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe