ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ  ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହି ପଡ଼ୁଥୁବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ ହୋଇଛି। ଛାତ୍ର ଜଣଙ୍କ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବିଞ୍ଜିଗୁଡା ଗ୍ରାମର ପଦ୍ମନ ମାଝୀଙ୍କ ପୁତ୍ର ରୁଦ୍ର ପ୍ରସାଦ ମାଝୀ(୧୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ରୁଦ୍ର ପ୍ରସାଦ ମାଝୀ ଗତ ଚାରିବର୍ଷ ଧରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ହଷ୍ଟେଲରେ ରହି ପାଠ ପଡୁଥିଲେ। ଆଜି ରୁଦ୍ର ହଷ୍ଟେଲର କିଛି ପିଲାଙ୍କ ସହ ମିଶି ଫଟାଗୁଡା ନିକଟରେ ଥୁବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୋଖରୀରେ ଗାଧୋଇବା ସମୟରେ ରୁଦ୍ର ପାଣି ମଧ୍ୟରେ ବୁଡ଼ି ଯାଇଥିଲା। ଏହାପରେ ସାଙ୍ଗରେ ଯାଇଥୁବା ପିଲାମାନେ ଫେରି ଭୟରେ ଚୁପ ରହିଥିଲେ। ଏହାର କିଛି ସମୟ ପରେ ଘଟଣା ଟି ସାର୍ବଜନୀନ ହୋଇଥିଲା। ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଣି ମଧ୍ୟରୁ ରୁଦ୍ରର ମୃତଦେହ ଉଦ୍ଧାର କରିଥିଲେ।

ଏହାପରେ ରୁଦ୍ରଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଖାତିଗୁଡା ଓଆଇସି ଦୀପକ କୁମାର ଲେଙ୍କା, ଏସ ଆଇ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ମୃତ ରୁଦ୍ରଙ୍କ ଦାଦା ପ୍ରଫୁଲ୍ଲ କୁମାର ମାଝୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅବହେଳା ଯୋଗୁଁ ମୋ ପୁତୁରାର ମୃତ୍ୟୁ ବରଣ ହୋଇଥୁବା ନେଇଁ ଖାତିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୃତ ରୁଦ୍ରଙ୍କ ଶବ ବ୍ୟବଛେଦ ନିମନ୍ତେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିବା ଜଣାପଡିଛି। ଏନେଇଁ ଖାତିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥୁବା ବେଳେ ପୁଲିସ ତାର ତଦନ୍ତ ଚଳେଇଛି। ଏହି ଘଟଣା ପରେ ବିଞ୍ଜିଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe