ରେଳ ଲାଇନ କାଟିଲେ ମାଓବାଦୀ ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

Advertisment
ରେଳ ଲାଇନ କାଟିଲେ ମାଓବାଦୀ ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

Sambad

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର ବଚେଲି ଠାରେ ମାଓବାଦୀ ଟ୍ରେନ ଲାଇନକୁ କାଟି ଦେଇଛନ୍ତି। ରେଳ ବିଭାଗ କର୍ମଚାରୀଙ୍କର ଉଚିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଅଘଟଣକୁ ରୋକା ଯାଇପାରିଛି। ରେଳ ଡ୍ରାଇଭରଙ୍କୁ ତୁରନ୍ତ ରେଳ ରୋକିବା ନେଇ ସୂଚନା ଦେବା ପରେ ରେଳ ଘଟଣାସ୍ଥଳରୁ ଅଳ୍ପ ଦୁରରେ ଅଟକିଥିଲା। ଗତକାଲି ରାତିରେ ଏହି ଘଟଣା ଘଟିଛି। ତେବେ ଆସନ୍ତା ୨୬ ତାରିଖ ଦିନ ନକ୍ସଲ ଭାରତ ବନ୍ଦ ଡାକରା ଦେଇଥିବା ସହ ପ୍ରହାର-୩କୁ ତୁରନ୍ତ ବନ୍ଦ କରିବା ପାଇଁ ଧମକ ଦେଇଛନ୍ତି।

publive-image Sambad

ତେଣୁ ନକ୍ସଲ ଏହା ପୂର୍ବରୁ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାର ଯୋଜନା କରିଥିଲେ। ଯେଉଁଥିରେ ଶତାଧିକ ଯାତ୍ରୀଙ୍କର ପ୍ରାଣହାନୀ ଘଟିଥାନ୍ତା। ଯାତ୍ରୀ ବାହୀ ଟ୍ରେନକୁ ଟାର୍ଗେଟ କରିବା ଏହା ପ୍ରଥମ ଘଟଣା ନୁହେଁ ବହୁ ଥର ଏଭଳି ମାଲବାହୀ ଟ୍ରେନକୁ ଟାର୍ଗେଟ କରାଯାଇଥିବା ନଜିର ରହିଛି। ଦନ୍ତେଵାଡା ଏସ୍ପି‌ ଘଟଣାସ୍ଥଲରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏବେ ପର୍ଯ୍ୟନ୍ତ ରେଳ ଲାଇନର ମରାମତି କରାଯାଇପାରି ନାହିଁ। ଟ୍ରେନ ଜଂଗଲ ଭିତରେ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe