ମହିଳା ବିଲ୍‌ ପାସ ନେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

Advertisment
ମହିଳା ବିଲ୍‌ ପାସ ନେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

Sambad

ଭଦ୍ରକ: ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ବିଲ ପାସ କରି ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମ  ଗୁରୁବାର ସନ୍ଧ୍ୟାରେ ଭଦ୍ରକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ଵରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ମନୀଷା ବେହେରା, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ. ପ୍ରଦୀପ ନାୟକ, ପ୍ରାକ୍ତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ ପ୍ରମୁଖ ଯୋଗଦେଇ କହିଲେ ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ନାରୀମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହିତ ମହିଳା ମାନଙ୍କ ପାଇଁ ସ୍ୱଚ୍ଛ ଭାରତ ଯୋଜନା, ଘର ଘର ଉଜ୍ବଳ ଗ୍ୟାସ ସୁବିଧା ଆଦି ଯୋଗାଇଛନ୍ତି।

publive-image Sambad

ମହିଳା ମାନଙ୍କୁ ସୁରକ୍ଷା ଠାରୁ ଆରମ୍ଭ କରି ମହିଳା ମାନଙ୍କ ପାଇଁ ବହୁ ସୁବିଧା କରିଥିବାରୁ ତାଙ୍କ ପାଇଁ ଏହି ଧନ୍ୟବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଓ ଏହା ଜିଲ୍ଲା ବ୍ୟାପୀ ଧନ୍ୟବାଦ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀମତୀ ଜେନା କହିଛନ୍ତି। ଜିଲ୍ଲା ସାଧାରଣ ସମ୍ପାଦକ ଚଇତାଳି ଖିଲାର ମଞ୍ଚ ଆମନ୍ତ୍ରଣ ସହିତ ସ୍ୱାଗତ ଭାଷଣ ଦେଇଥିଲେ ଓ କଣ୍ଠ ଶିଳ୍ପୀ ଶୁଭ୍ରଶ୍ମିତା ରାଉତ ପ୍ରାରମ୍ବିକ ସଂଗୀତ ଗାନ କରିଥିଲେ। ଏହି ଅବସରରେ ମହିଳା ନେତ୍ରୀ ପ୍ରେମଲତା କର, କାଞ୍ଚନ ରାଉଳ, ସ୍ଵର୍ଣପ୍ରଭା ନଟାଲ, ପୁଷ୍ପାଜଳି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନିଳପ୍ରଭା ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ପାଣି, ତପସ୍ୱିନୀ ମହାପାତ୍ର, ଉର୍ମିଳା ସାହୁ, ଶ୍ରାବଣୀ ମଲିକଙ୍କ ସମେତ ବହୁ ମହିଳା ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe