ଦୁର୍ଘଟଣା ପରେ ଓଭରବ୍ରିଜ୍‌ରେ ଝୁଲି ରହିଲେ ବାଇକ୍‌ ଆରୋହୀ

Advertisment
ଦୁର୍ଘଟଣା ପରେ ଓଭରବ୍ରିଜ୍‌ରେ ଝୁଲି ରହିଲେ ବାଇକ୍‌ ଆରୋହୀ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥର ଘସିପୁରା ଥାନା ଶୈଲଙ୍ଗ ନିକଟରେ ଦୁର୍ଘଟଣା ପରେ ଜଣେ ବାଇକ୍‌ ଆରୋହୀ ଓଭରବ୍ରିଜରେ ଝୁଲି ରହିଥିଲେ। ଖବର ପାଇ ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର ଡାକ୍ତରଖାନା ଆଣିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଝାଡ଼ମାଳର ଅଶୋକ ନାୟକ (୨୫) ଏକ ବୁଲେଟ୍‌ ଗାଡ଼ିରେ କେନ୍ଦୁଝରରୁ ଯାଜପୁର ଆଡ଼କୁ ଯାଉଥିଲେ। ଦିନ ୧୨ଟାବେଳେ ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ରାସ୍ତାକଡ଼ ବାଡ଼ରେ ଧକ୍କା ହୋଇ ଓଭରବ୍ରିଜ୍ ତଳକୁ ଖସିବା ସମୟରେ ସୌଭାଗ୍ୟବଶତଃ ଝୁଲି ରହିଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe