‘ସିଦ୍ଧୁ ଡାକ ଆଉ ଶୁଣିବାକୁ ମିଳିବନି’

Advertisment

ମନ୍ଦିର ପ୍ରତିଷ୍ଠା ଉତ୍ସବ‌ରେ ଯୋଗଦେବାକୁ ଆସିଥା’ନ୍ତେ ରାଇମୋହନ, ଜନ୍ମମାଟି ଉଦୟପୁରରେ ଶୋକର ଛାୟା

ମନ୍ଦିର ପ୍ରତିଷ୍ଠା ଉତ୍ସବ‌ରେ ଯୋଗଦେବାକୁ ଆସିଥା’ନ୍ତେ ରାଇମୋହନ, ଜନ୍ମମାଟି ଉଦୟପୁରରେ ଶୋକର ଛାୟା

‘ସିଦ୍ଧୁ ଡାକ ଆଉ ଶୁଣିବାକୁ ମିଳିବନି’

କେନ୍ଦୁଝର/ପାଟଣା : ଆଜି ନିଜ ଗାଁ ଉଦୟପୁରକୁ ଆସିଥା’ନ୍ତେ ରାଇମୋହନ ଓରଫ ସିଦ୍ଧୁ। ଗାଁର ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥା’ନ୍ତେ। ଏଥିପାଇଁ ସେ ଗତକାଲିଠାରୁ ପୂଜା ସାମଗ୍ରୀ ପଠାଇ ଥିଲେ। କିନ୍ତୁ ସେ ଗାଁକୁ ଆସିବା ପରିବର୍ତ୍ତେ ଆସିଲା ତାଙ୍କ ମୃତ୍ୟୁ ଖବର। ଏହି ଘଟଣା ତାଙ୍କ ନିଜ ଗ୍ରାମ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମକୁ ସ୍ତବ୍ଧ କରିଦେଇଛି।

ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମିତ ରାଇମୋହନ ଓରଫ୍ ସିଦ୍ଧୁ ପ୍ରତିକୂଳ ପରିସ୍ଥିତିରେ ଗ୍ରାମରୁ ଯାଇ ଭୁବନେଶ୍ୱରରେ ରହି ଜଣେ ଚର୍ଚ୍ଚିତ ଅଭିନେତା ଭାବେ ବେଶ୍ ନାଁ କମାଇଥିଲେ। ଗାଁ ନାଟକରେ ଅଭିନୟ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମହାବିଦ୍ୟାଳୟରେ ଛାତ୍ର ଥିବାବେଳେ ଅଭିନୟ କରି ସଫଳତା ପାଇ  ଆଜି ଖଳନାୟକ ଭାବେ ଘରେ ଘରେ ପରିଚିତ। ବହୁ ସଫଳତା ପାଇବା ପରେ ମଧ୍ୟ  ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ବାଛି ନେଲେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ସିନେମା ଜଗତରେ ରାଇ ନାମ‌ରେ ପରିଚିତ ରାଇମୋହନ ପରିଡାଙ୍କୁ କିନ୍ତୁ ଗାଁରେ ସିଦ୍ଧୁ ବୋଲି ସମସ୍ତେ ଶ୍ରଦ୍ଧାରେ ଡାକନ୍ତି। ଯଦିଓ ସେ ବହୁବର୍ଷ ହେବ ରାଜଧାନୀରେ ରହୁଛନ୍ତି, କିନ୍ତୁ ଗାଁର ମୋହ ସେ ଛାଡ଼ି ନ ଥିଲେ। ପ୍ରତ୍ୟେକ ବର୍ଷ ନିୟମିତ ଗାଁକୁ ଆସୁଥିଲେ। ସିଦ୍ଧୁ ଗାଁର ସମସ୍ତ କାର୍ଯ୍ୟକ୍ରମରେ ପ୍ରାୟତଃ ସାମିଲ ହୋଇଥା’ନ୍ତି। ଗାଁ ପ୍ରତି ତାଙ୍କର ସ୍ବତନ୍ତ୍ର ଶ୍ରଦ୍ଧା ଥିଲା। ଆଜି ତାଙ୍କ ଗ୍ରାମ ଉଦୟପୁରରେ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଜି ସେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହେଲେ, ତାଙ୍କ ଅକାଳ ବିୟୋଗ ଖବର ଗ୍ରାମବାସୀଙ୍କୁ ମର୍ମାହତ କରିଛି। ତାଙ୍କ ଅନୁପସ୍ଥିତିରେ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଫିକା ପଡି ଯାଇଥିଲା। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଆସି ପହଞ୍ଚୁଥିବା ସିଦ୍ଧୁ ଡାକ ଆଜିଠାରୁ ଆଉ ଶୁଣିବାକୁ ମିଳିବନି ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe