PNGkit
ଯାଜପୁରଟାଉନ୍,: ଯାଜପୁର ଟାଉନ୍ କାଳୀମେଘାସ୍ଥିତ ଏକ ପୋଖରୀରୁ ଆଜି ଅପରାହ୍ଣରେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚାୟ ମିଳିପାରି ନାହିଁ। କେଉଁ ପରିସ୍ଥିତିରେ ଯୁବକ ଜଣକ ଏହି ପୋଖରୀକୁ ଆସି ପ୍ରାଣ ହରାଇଲେ ସେ ସଂପର୍କରେ ପୁଲିସ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ ଏହି ପୋଖରୀକୁ ନବୀକରଣ କରାଯାଉଥିଲା। ତେବେ ରଜ ଅବସରରେ ୩ଦିନ ହେଲା କାମ ବନ୍ଦ ରହିଥିଲା। ଆଜି ଅପରାହ୍ନ ୩ଟା୩୦ ମିନିଟ ସମୟରେ ପୋଖରୀ କଡ଼ ପାଣିରେ ଏକ ଶବ ଭାସୁଥିବା ଖବରପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଶବକୁ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
Follow Us