ହାଇଓ୍ବାକୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର କ୍ୟାବିନ

ହାଇଓ୍ବାକୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର କ୍ୟାବିନ

ଚଢ଼େଇଧରା: ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟସ୍ଥ ବେହେରା ପେଟ୍ରୋଲ ପମ୍ପ ନିକଟରେ ଠିଆହୋଇଥିବା ଏକ ପଥର ବୋଝେଇ ହାଇୱାକୁ ତେଲ ଟ୍ୟାଙ୍କର ଧକ୍କା ଦେଇ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ତେଲ ଟାଙ୍କିଟି ସୁରକ୍ଷିତ ରହିବା ସହ ଏକ ବଡ଼ ଅଘଟଣ ଟଳିଯାଇଛି। ଡ୍ରାଇଭର ଓ ହେଲପର କୌଣସିପ୍ରକାରେ ବାହାରି ଆସି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ଶନିବାର ଭୋର ପ୍ରାୟ ସମୟରେ ଏହି ଦୁର୍ଘଟଣା ଘଟିଛି। ଡୁବୁରି ପଟୁ ଚଣ୍ଡିଖୋଲ ଆଡ଼କୁ ଯାଉଥିବା ଟ୍ୟାଙ୍କର (ଓଡି ୧୬ ଏଫ ୪୭୧୬) ରାସ୍ତାର ଡାହାଣ ପାଖରେ ଦ୍ରୁତ ଗତିରେ ଆସି ହାଇୱାର ପଛ ପଟୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା। ଟ୍ୟାଙ୍କର ଇଂଜିନ ଓ କ୍ୟାବିନଟି ହୁତୁହୁତୁ ହୋଇ ଜଳିଥଲା। ଖବର ପାଇ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ତେଲଟାଙ୍କିଟି ନିଆଁରୁ ବର୍ତ୍ତି ଯାଇଥିଲା। ପଥର ବୋଝେଇ ଟ୍ରକ୍‌ଟି ବେପରୁଆ ଭାବରେ ରାତିଠାରୁ ରାସ୍ତାର ଡାହାଣ ପାର୍ଶ୍ବରେ ଠିଆହୋଇଥିବାରୁ ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe