ବଜାର ସାରି ଫେରୁଥିବା ବେଳେ ଜଳିଗଲା କାର୍‌

ବଜାର ସାରି ଫେରୁଥିବା ବେଳେ ଜଳିଗଲା କାର୍‌

ସମ୍ବଲପୁର: ବଜାର କରିବା ପାଇଁ ସମ୍ବଲପୁର ଆସିଥିଲେ। ଘରକୁ ଫେରିବା ବାଟରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ତେବେ କାର୍‌ ଭିତରେ ଥିବା ୮ ଜଣ ସୁରକ୍ଷିତ ବାହାରି ଯାଇଥିଲେ। ପୁଲିସ ସୂଚନା ଅନୁଯାୟୀ, ରେଙ୍ଗାଲିର ସୁରଜ ଯାଦବଙ୍କ ଗାଡ଼ିକୁ କିଳାସମାର ଶଶିଭୂଷଣ ସାହୁ ଚଲାନ୍ତି।

ଶଶି ତାଙ୍କ ପରିବାର ଲୋକଙ୍କ ସହ ମଙ୍ଗଳବାର ଅପରାହ୍ଣରେ ବଜାର କରିବା ପାଇଁ କାର୍‌(ଓଡି ୧୫ଜି ୩୨୭୭) ଧରି ସମ୍ବଲପୁର ଆସିଥିଲେ। ବଜାର ସାରିବା ପରେ ସେମାନେ ଘରକୁ ଫେରୁଥିଲେ। ରାତି ୯ଟା ପାଖାପାଖି ସମ୍ବଲପୁର ଶାସନ ଥାନା ଅଧୀନ କିଳାସମା ରେଳ ଫାଟକ ନିକଟରେ କାର୍‌ଟି ହଠାତ ଜଳିବା ଆରମ୍ଭ କରିଥିଲା। ତେବେ ଶଶି ଓ ତାଙ୍କ ପରିବାର ଲୋକେ କାର୍‌ରୁ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ସୂଚନା ପାଇ ଶାସନ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା। ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe