କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା, ବ୍ରିଜ୍ କାମର ଯାଞ୍ଚ୍ କରିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

Advertisment

କୋରାପୁଟ ସଂସଦୀୟ କ୍ଷେତ୍ରରେ ଥିବା କୋରାପୁଟ ଜିଲ୍ଲାର ୪ଟି ଓ ରାୟଗଡା ଜିଲ୍ଲାର ୩ଟି ଏଭଳି ୭ଟି ନିର୍ବାଚନମଣ୍ଡଳୀରେ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଓ ବ୍ରିଜ୍ ଗୁଡିକର କାମର ଯାଞ୍ଚ୍ ହେବ...

କୋରାପୁଟ ସଂସଦୀୟ କ୍ଷେତ୍ରରେ ଥିବା କୋରାପୁଟ ଜିଲ୍ଲାର ୪ଟି ଓ ରାୟଗଡା ଜିଲ୍ଲାର ୩ଟି ଏଭଳି ୭ଟି ନିର୍ବାଚନମଣ୍ଡଳୀରେ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଓ ବ୍ରିଜ୍ ଗୁଡିକର କାମର ଯାଞ୍ଚ୍ ହେବ...

Prime Minister Sadak Yojana

Prime Minister Sadak Yojana

କୋରାପୁଟ: କୋରାପୁଟ ସଂସଦୀୟ କ୍ଷେତ୍ରରେ ଥିବା କୋରାପୁଟ ଜିଲ୍ଲାର ୪ଟି ଓ ରାୟଗଡା ଜିଲ୍ଲାର ୩ଟି ଏଭଳି  ୭ଟି ନିର୍ବାଚନମଣ୍ଡଳୀରେ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଓ ବ୍ରିଜ୍ ଗୁଡିକର କାମର ଯାଞ୍ଚ୍ ହେବ। ଏହି ଯାଞ୍ଚ୍‌ ଦଳରେ କେନ୍ଦ୍ରୀୟ ପ୍ରତିନିଧି ଦଳର ୩ଜଣିଆ ଟିମ୍ ସହ ଆଉ ଦୁଇ ଜଣ ରାଜ୍ୟସରକାରଙ୍କ ମନୋନୀତ ପ୍ରତିନିଧି ରହିବେ।

ସୂଚନା ଅନୁଯାୟୀ, କୋରାପୁଟ ସଂସଦୀୟ କ୍ଷେତ୍ର ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର, ରାୟଗଡ଼ା, ବିଷମକଟକ ଓ ଗୁଣୁପୁର ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଓ ବ୍ରିଜ୍ ଆଦି ଏନବିସିସି ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି।

ତେବେ ଏହି ରାସ୍ତା ଓ ବ୍ରିଜ ଗୁଡିକ କାମ ସଠିକ ତଥା ଗୁଣାତ୍ମକ  ଭାବେ ହୋଇ ନଥିବା, ବହୁ ବ୍ରିଜକୁ ସଂଯୋଗ ରାସ୍ତା ନ ଥିବା ଭଳି ଅଭିଯୋଗ ସାଂସଦ ଇଁ.ସପ୍ତଗିରୀ ଶଙ୍କର ଉଲ୍ଲାକା କେନ୍ଦ୍ରଗ୍ରାମ୍ୟଉନ୍ନୟନ ଓ ଗ୍ରାମ୍ୟ ସଂଯୋଗୀକରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗକୁ ଭିତ୍ତିକରି କେନ୍ଦ୍ର ସରକାର ଏନଆରଆଡିଏର (ନିର୍ଦ୍ଦେଶକ ପି-୧) ପ୍ରଦୀପ  ଅଗ୍ରୱାଲ ଏହି ଟିମର ଟିମ ଲିଡର। ତାଙ୍କ ଅଧିନରେ  ସଭ୍ୟ ଭାବେ  ଆଇପି ୩ ପରାମର୍ଶଦାତା ନିର୍ଦ୍ଦେଶକ ଆଇ କେ ପଟିରିୟା, ଜେଡି (ଟେକ୍ନିକାଲ) ଆଶିଷ ଶ୍ରୀବାସ୍ତବଙ୍କ ସହ ରାଜ୍ୟସରକାରଙ୍କ ୨ଜଣ ମନୋନୀତ ପ୍ରତିନିଧି ରହିଥିବା ସୂଚନା ମିଳିଛି।

ଏହି ସଂସଦୀୟ କ୍ଷେତ୍ରରେ ଏମଏସ୍ ଏନବିସିସି (ଆଇ) ଏଲଟିଡି ଦ୍ବାରା ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ (ପିଏମଜେସୱାଇ)ରେ ରାସ୍ତା ଓ ବ୍ରିଜ୍ କାମର ତଦାରଖ କରାଯିବ। ଏହି ରାସ୍ତା ଓ ବ୍ରିଜ ଗୁଡିକ ଧାର୍ଯ୍ୟ ବୈଷୟିକ ପଦ୍ଧତି ଓ ପାରାମିଟର ଅନୁଯାୟୀ ଗୁଣାତ୍ମକ ଭାବେ ନିର୍ମାଣ କରାଯାଇଛି ନା ନାହିଁ ତାହାର ଯାଞ୍ଚ୍ ହେବ। ବଳକା ଥିବା କାମ ଓ ଏପରି ଖରାପ ହୋଇଥିବା କାମର କିଭଳି ପୁନଃ ଉଦ୍ଧାର କରାଯିବ ତାହା ବି ଏହି ଟିମ ଯାଞ୍ଚ୍ କରିବେ।

ଅଧିକ ପଢ଼ନ୍ତୁ: ‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ ଅଭିନେତ୍ରୀ କଙ୍ଗନା

ପରିଚାଳନା ସମୟ ମଧ୍ୟରେ କିଛି ଖରାପ ହୋଇଥିଲେ ସଂପୃକ୍ତ ଠିକା ସଂସ୍ଥା ନିଜ ଭୁଲଭଟକାକୁ ସଜାଡ଼ିବାକୁ ଏହି ଟିମ୍ ପରାମର୍ଶ ଦେବେ। ଅତ୍ୟାଧୁନିକ ନିର୍ମାଣ ପ୍ରକ୍ରିୟା ଓଶୌଳୀ ଆସିବା ପରେ ଯଦି କୌଣସି କାମର ଗୁଣାତ୍ମକ ମାନ ନଥିବା ଏବଂ କାମ ଠିକରେ ହୋଇ ନଥିବା ଜଣା ପଡ଼ିଲେ ଠିକାସଂସ୍ଥା ତାହାକୁ ସଜାଡିବା ସହ ସବୁ ବୈଷୟିକ ନିର୍ଦ୍ଦେଶ ଅନୁଯାୟୀ ଠିକରେ କାମ କରିବାକୁ ଟିମ୍ ଠିକା ସଂସ୍ଥାକୁ ପରାମର୍ଶ ଦେବେ ବୋଲି ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ: ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe