ଅବସର ପୂର୍ବରୁ ଜିଲ୍ଲାପାଳଙ୍କ ଶେଷ ଜନଅଭିଯୋଗ ଶୁଣାଣି

Advertisment
ଅବସର ପୂର୍ବରୁ ଜିଲ୍ଲାପାଳଙ୍କ ଶେଷ ଜନଅଭିଯୋଗ ଶୁଣାଣି

ହରଭଙ୍ଗା: ଆସନ୍ତା ୩୦ ତାରିଖ ଅବସର ନେବାକୁ ଯାଉଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ତେବେ ତା’ ପୂର୍ବରୁ ସୋମବାର ହରଭଙ୍ଗା ବ୍ଲକ୍ ଲୁଣିବାହାଲ ପଞ୍ଚାୟତ ପ୍ରାଙ୍ଗଣରେ ତାଙ୍କର ୪୧ ତମ ତଥା ଶେଷ ଜନଅଭିଯୋଗ ଶୁଣାଣି ଶିବିରରେ ୯୫ଟି ଅଭିଯୋଗ ଶୁଣାଣି କରିଛନ୍ତି। ଏଥିରେ ୧୫୧ ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ। ତନ୍ମଧ୍ୟରୁ ୧୪୮ଟି ବ୍ୟକ୍ତିଗତ ଏବଂ ୩ଟି ସାମୂହିକ ଅଭିଯୋଗ ଥିଲା। ରେଡକ୍ରସ୍ ପାଣ୍ଠିରୁ ୩୫ ଜଣଙ୍କୁ ୨ ଲକ୍ଷ ୩୪ ହଜାର ଟଙ୍କା ସହାୟତା ଦିଆ ଯାଇଥିଲା।

୩ ଜଣଙ୍କୁ ତିନିଚକିଆ ସାଇକେଲ, ୨ଜଣଙ୍କୁ ହ୍ବିଲ୍ ଚେୟାର, ଜଣଙ୍କୁ ଆଶାବାଡ଼ି, ୦୯ଜଣଙ୍କୁ ବିଧବା, ଭିନ୍ନକ୍ଷମ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଏଏସପି ରବିନ୍ଦ୍ର ରାଉତ, ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର, ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକ, ତହସିଲଦାର ଶିବାନୀ ଦାଶ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ ସୁଧାଂଶୁ ପୂଜାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଓ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe