କଣ୍ଟେନର ଓଲଟି ଚାଳକମୃତ

Advertisment
ଦୁର୍ଘଟଣାରେ ଜଣେ ମୃତ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାୟାପଣ୍ତାଦର ନିକଟରେ ଏକ କଣ୍ଟେନର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜସ୍ଥାନର ସୁମେନ୍ଦ୍ର ସିଂ (୩୦)। ରାତି ପ୍ରାୟ ସାଢ଼େ ୩ଟାବେଳେ କଣ୍ଟେନରଟି ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଆଡ଼କୁ ଆସୁଥିଲା।

ବାୟାପଣ୍ତାଦର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଶୁଆକାଟି ପାଣ୍ତି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କଣ୍ଟେନରକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe