ସ୍କୁଲରେ ଅବ୍ୟବସ୍ଥା ଦେଖି ଜିଲ୍ଲାପାଳ କ୍ଷୁବ୍‌ଧ, ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଶିକ୍ଷକଙ୍କ ଦରମା ବନ୍ଦ କଲେ

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ଲାଠୋର: ବଲାଙ୍ଗୀର ଜିଲ୍ଲାପାଳ ଖପ୍ରାଖୋଲ ବ୍ଲକ୍‌ ଗସ୍ତ ସମୟରେ ସ୍କୁଲରେ ଅବ୍ୟବସ୍ଥା ଦେଖି ‌କ୍ଷୁବ୍‌ଧ ହୋଇଛନ୍ତି। ଏନେଇ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାମ୍ବର ବିଶ୍ବାଳଙ୍କ ଦରମା ବନ୍ଦ କରିଛନ୍ତି। ସେହିପରି ସଂସ୍କୃତ ଶିକ୍ଷକ ଜିତେନ୍ଦ୍ର ଚେରକିଆଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ ଗତ ୨୨ ତାରିଖ ଶୁକ୍ରବାର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଦୁଗେର୍ଶ୍ବରୀ ନୋଡାଲ ହାଇସ୍କୁଲ ଓ ବେନ୍ଦେର ୟୁଜି ହାଇସ୍କୁଲ ପରିଦର୍ଶନ କରିଥିଲେ। ଦୁଗେର୍ଶ୍ବରୀ ହାଇସ୍କୁଲରେ ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କରି ବେନ୍ଦେର ହାଇସ୍କୁଲକୁ ଯାଇଥିଲେ। ସେଠାରେ ମଧ୍ୟ ଅବ୍ୟବସ୍ଥା ଦେଖି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାମ୍ବର ବିଶ୍ବାଳଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ଉପସ୍ଥିତ ଜନସାଧାରଣ ସଂସ୍କୃତ ଶିକ୍ଷକ ଜିତେନ୍ଦ୍ର ଚେରକିଆ ବାରମ୍ବାର ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ସମାନ କଥା କହିଥିଲେ। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସଂପୃକ୍ତ ଶିକ୍ଷକ ସ୍କୁଲରେ ନପହଞ୍ଚିଲେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ହେଲେ ସଂପୃକ୍ତ ଶିକ୍ଷକ ଶନିବାର ଦିନ ୧୨ଟାରେ ସ୍କୁଲରେ ପହଞ୍ଚିଥିବା ବିଷୟରେ ପ୍ରଧାନ ଶିକ୍ଷକଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe