ସରକାରୀ ଅଫିସରୁ ଚୋରି ଦସ୍ତାବିଜ କବାଡ଼ି‌ ଗୋଦାମରୁ ମିଳିଲା

ସରକାରୀ ଅଫିସରୁ ଚୋରି ଦସ୍ତାବିଜ କବାଡ଼ି‌ ଗୋଦାମରୁ ମିଳିଲା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସବ୍‌ରେଜିଷ୍ଟ୍ରି ଅଫିସରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି ହୋଇଥିବା ସଂପର୍କରେ ଗତ ୩ ତାରିଖ ଦିନ ଅଭିଯୋଗ ହୋଇଥିଲା। ଏନେଇ ଅତିରକ୍ତ ତହସିଲଦାର ତଥା ସବ୍‌ରେଜିଷ୍ଟ୍ରାର ଜୟସେନ ଧରୁଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସବରେଜିଷ୍ଟ୍ରି ଅଫିରେ ଗଚ୍ଛିତ ଥିବା ତହସିଲ ଅଫିସର ପୁରୁଣା ପଟ୍ଟା ନିର୍ମାଣ କାଗଜାତ ସହିତ ଅନ୍ୟ ମୂଲ୍ୟବାନ କାଗଜାତପତ୍ର ଚୋରି ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।

ଚୋରିରେ ଜଣେ ନାବାଳକ ସଂପୃକ୍ତ ଥିବା ଓ ସେ କାଗଜପତ୍ରକୁ କବାଡି ଦୋକାନରେ ବିକ୍ରି କରି ଦେଇଥିବା ପୁଲିସ ତଦନ୍ତରୁ ଜାଣିପାରିଥିଲା। ପୁଲିସ ପ୍ରାୟ ୨ କୁଇଣ୍ଟାଲ ଓଜନର ଉକ୍ତ କାଗଜପତ୍ର ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ଉକ୍ତ କବାଡ଼ି ଦୋକାନୀ ଖଡ଼ିଆଳ ଥାନା ମାଲପଡ଼ା ସାନବେହେଲି ଗାଁର ଦୁର୍ଯ୍ୟୋଧନ ବାରିକ ଓ ନାବାଳକଙ୍କୁ ଥାନାରେ ଅଟକ ରଖିଛି। ଜବତ କାଗଜପତ୍ରକୁ ଅତିରିକ୍ତ ତହସିଲଦାର ଶ୍ରୀ ଧରୁଆଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ କେନ୍ଦୁଲିଫ ଡିଏଫ୍‌ଓଙ୍କ ଅଫିସ ପାଖର ପରିତ୍ୟକ୍ତ ସ୍ଥାନରେ ସରକାରୀ କାଗଜାତ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ‘ସମ୍ବାଦ’ ପ୍ରକାଶ ପାଇବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଏହା ତାଙ୍କ କାଗଜାତ ନୁହେଁ ବୋଲି କହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe