ଟ୍ରକ ମାଲିକ ସଂଘ ପକ୍ଷରୁ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଟ୍ରକ ମାଲିକ ସଂଘ ପକ୍ଷରୁ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଢେଙ୍କିକୋଟ: ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ବଜାରର ପାଟଣା ରୋଡରେ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଏକ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି।

ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ସଭାପତି ରମାକାନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲୀପ ପଣ୍ଡା, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ପ୍ରକଳ୍ପ ଦ୍ବାରା ଢେଙ୍କିକୋଟ ବଜାର ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ବଜାରକୁ ଆସୁଥିବା ‌ଲୋକେ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe