ବସ୍‌ରୁ ଖସିପଡ଼ି ଡ୍ରାଇଭର ମୃତ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ରସୁଲପୁର: ଆଜି ସନ୍ଧ୍ୟାରେ କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ବଜାରରେ ବସ୍‌ରୁ ଖସିପଡ଼ି ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ରାଉରକେଲା ଯାଉଥିବା ଶ୍ରୀମା’ ନାମକ ଏକ ଘରୋଇ ବସ୍ କୁଆଖିଆ ବଜାରରେ ଛିଡ଼ା କରି ଯାତ୍ରୀ ଚଢ଼ାଉଥିଲା। ବସ୍ ଉପରେ ଥିବା କିଛି ସାମଗ୍ରୀକୁ ଡ୍ରାଇଭର ରଶି ସାହାଯ୍ୟରେ ବାନ୍ଧୁଥିଲେ। ଭିଡ଼ିବା ସମୟରେ ରଶି ଛିଣ୍ଡି ଯିବାରୁ ଡ୍ରାଇଭର ଜଣକ ତଳେ ପଡ଼ି ଯାଇଥିଲେ। ରାସ୍ତା କଡ଼ ଡ୍ରେନ୍ ଉପରେ ପଡ଼ିଥିବା ସ୍ଲାବ୍ ରେ ତାଙ୍କ ମୁଣ୍ଡ ପଛପଟ ପିଟି ହୋଇଯାଇଥିଲା।

ଲୋକମାନେ ତାଙ୍କୁ ଉଠାଇ ବସାଇଥିଲେ। ପାଣି ପିଆଇଥିଲେ। ତୁରନ୍ତ ତାଙ୍କୁ ମଧୁବନ ଡାକ୍ତରଖାନାକୁ ନିଆଯାଇଥିଲା। ଗାଡ଼ି ପର୍ଯ୍ୟନ୍ତ ଡ୍ରାଇଭର ଜଣକ ମଧ୍ୟ ଚାଲିଚାଲି ଗଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦିଅନ୍ତି। ତେବେ ମଧୁବନ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ବସ୍ ଚାଲି ଯାଇଥିଲା। ହେଲେ ମୃତ ଡ୍ରାଇଭରଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe