କାମକୁ ମାସେ ନ ପୂରୁଣୁ ନଦୀବନ୍ଧ ଫାଟି ଆଁ

ଧସିଲା ଏକ କିଲୋମିଟର

କାମକୁ ମାସେ ନ ପୂରୁଣୁ ନଦୀବନ୍ଧ ଫାଟି ଆଁ

ବଳଙ୍ଗା: ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ହରିପୁର-ସୁଆଣ୍ଡୋ ପର୍ଯ୍ୟନ୍ତ ନଦୀବନ୍ଧର ସଦୃଢ଼ୀକରଣ ହୋଇଛି। କିନ୍ତୁ ଅସରାଏ ବର୍ଷାରେ ନଦୀବନ୍ଧ ଧସିଯାଇଛି। ଫଳରେ ନଦୀବନ୍ଧ ସୁଦୃଢ଼ୀକରଣର ଦୁର୍ବଳ କାର୍ଯ୍ୟ ସାମ୍ନାକୁ ଆସିଛି। ତେରହଳରୁ ଦକ୍ଷିଣ ରାଡ଼ଶ ମଧ୍ୟରେ ପ୍ରାୟ ଏକ କିଲୋମିଟର ନଦୀବନ୍ଧ ଫାଟି ଆଁ କରିଛି। ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ନଦୀବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ବିଷୟରେ ସମ୍ପୃକ୍ତ ଠିକାଦାରକୁ ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ। କାର୍ଯ୍ୟ ସମୟରେ କଳାମିଶା ପଙ୍କମାଟି ପଡ଼ୁଥିବା ଓ ନିମ୍ନ ମାନର ଗାର୍ଡୱାଲ ନିର୍ମାଣ ନେଇ ଅଭିଯୋଗ ହୋଇଥିଲା। ସେ ସମୟରେ ଯଦି ଠିକ୍‌ ଭାବରେ କାର୍ଯ୍ୟ ହୋଇଥାନ୍ତା ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ପୂର୍ବରୁ ଏଇ ନଦୀବନ୍ଧରେ ଭାର୍ଗବୀ ନଦୀ ବଢ଼ି ସମୟରେ ବଡ଼ ବଡ଼ ଘଳିଆ ପଡ଼ିଥାଏ। ଯଦି ବନ୍ୟା ସମୟରେ ନଦୀରେ ଅଧିକ ପାଣି ନିଷ୍କାସନ ‌ହୁଏ ତେବେ ଏହି ସ୍ଥାନ ବିପଦର କାରଣ ହେବା ସହିତ ନିମାପଡ଼ାର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ନିମାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆସନ୍ତାକାଲି ଆମେ ବନ୍ଧ ପରିଦର୍ଶନ କରିବୁ। ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe