କ୍ୟୁଆର୍‌ କୋର୍ଡ ପଠାଇ ଫସିଲେ, ଠକ ନେଇଗଲା ୯୮,୯୯୯ ଟଙ୍କା

କ୍ୟୁଆର୍‌ କୋର୍ଡ ପଠାଇ ଫସିଲେ, ଠକ ନେଇଗଲା ୯୮,୯୯୯ ଟଙ୍କା

Punekar News

ସମ୍ବଲପୁର: ସାହାସପୁରର ଗଣେଶ ନାଇଡୁ ବରେଇପାଲିର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାଲି କମ୍ପାନି ମାଲିକଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା ଏବଂ ନୂଆ ଚାଷ ମେସିନ୍‌ କିଣିବାକୁ କହିଥିଲା। ଅନ୍‌ଲାଇନ୍‌ରେ ଟଙ୍କା ପଠାଇବାକୁ କହିବାରୁ ମାଲିକ ଆକାଉଣ୍ଟ ନମ୍ବର ଦେଲେ। କିନ୍ତୁ ସେ ଟଙ୍କା ଯାଉନି ବୋଲି କହି ଫୋନ୍‌ ପେ ନମ୍ବର ମାଗିଥିଲା। ମାଲିକ କହିବା ପରେ ଗଣେଶ ତାଙ୍କ ଫୋନ୍‌ ପେ’ ନମ୍ବରଟି ଦେଇଥିଲେ। ତାପରେ ଉକ୍ତ ଲୋକଟି ହ୍ବାଟ୍ସଆପ୍‌ରେ କ୍ୟୁଆର୍‌ କୋର୍ଡ ପଠାଇ ସୁନିଶ୍ଚିତ କରିବା ପାଇଁ ଉକ୍ତ କୋର୍ଡ ମାଧ୍ୟମରେ ୫ ଟଙ୍କା ପଠାଇବାକୁ ଗଣେଶଙ୍କୁ କହିଥିଲା। ତାପରେ ଗଣେଶ ୫ ଟଙ୍କା ପଠାଇଥିଲେ।

ସାଙ୍ଗେସାଙ୍ଗେ ଉକ୍ତ ବ୍ୟକ୍ତି ତାଙ୍କୁ ୧୦ ଟଙ୍କା ପଠାଇଥିଲା। କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା। ୨୮ ହଜାର ଟଙ୍କା ଲେଖାଏଁ ୨ ଥର କଟିବା ପରେ ୪୧୧୧ ଟଙ୍କା, ୩୩୩୩୩ ଟଙ୍କା ଓ ୫୫୫୫ ଟଙ୍କା କଟିଯାଇଥିଲା। ୫ଟି ଟ୍ରାନ୍‌ଜେକ୍‌ସନର୍‌ରେ ତାଙ୍କ ଆକାଉଣ୍ଟରୁ ମୋଟ ଉପରେ ୯୮,୯୯୯ ଟଙ୍କା କାଟି ନେଇଥିଲା ଠକ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ବରେଇପାଲି ଥାନାରେ ରବିବାର ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe