ବେଆଇନ ଭାବେ ସୁନା ଗଚ୍ଛିତ ରଖିଥିବା ସନ୍ଦେହ କରି ଚଢ଼ାଉ କଲା ଜିଏସଟି କମିଶନ

Advertisment
ବେଆଇନ ଭାବେ ସୁନା ଗଚ୍ଛିତ ରଖିଥିବା ସନ୍ଦେହ କରି ଚଢ଼ାଉ କଲା ଜିଏସଟି କମିଶନ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଆର.କେ.ଜ୍ବେଲେରୀ ନାମକ ସୁନା ଦୋକାନ ଉପରେ ବ୍ରହ୍ମପୁର ଓ ରାୟଗଡା ଜିଏସଟି କମିଶନ ତରଫରୁ ଚଢାଉ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଡେପୁଟି କମିଶନର ଦେବ କଲ୍ୟାଣ ବେହେରାଙ୍କ ନେତୃତ୍ବରେ ଏକ ଟିମ ଏହି ସୁନା ଦୋକାନ ଉପରେ ଚଢାଉ କରିଥିଲେ। ଆଜି ଦିନ ତମାମ ଏହି ଟିମ ସୁନା ଦୋକାନର ମାଲିକ ଗୌରାଙ୍ଗ କର୍ମାକରଙ୍କ ଘର ଏବଂ ଦୋକାନ ଉପରେ ଚଢାଉ କରି ସୁନା ଏବଂ ଖାତାପତ୍ର ଯାଞ୍ଚ କରାଯାଇଥିଲା।

ଡେପୁଟି କମିଶନର ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ଆଜି ଦିନ ତମାମ ଦୋକାନ ଏବଂ ଘରେ ରହିଥିବା ସୁନାଗୁଡିକର ଓଜନ କରାଯାଇଛି।ଏଥିସହ ଏହି ସୁନା ସହ ଖାତାର ମେଳ କରାଯିବ। ଯଦି ଖାତା ସହ ସୁନାର ମେଳ ନଖାଏ ତେବେ ଟ୍ୟାକ୍ସ ଏବଂ ଜରିମାନା ପଡିବ ବୋଲି ସେ କହିଥିଲେ। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗୌରାଙ୍ଗ କର୍ମାକର ନିଜ ଦୋକାନରେ ବେଆଇନ ଭାବେ ସୁନା ଗଚ୍ଛତି କରି ରଖିଛନ୍ତି। ଖବର ଆଧାରରେ ଏହି ସୁନା ଦୋକାନ ଉପରେ ଚଢାଉ କରାଯାଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସବୁ ସୂଚନା ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାର ସୁନା ଦୋକାନଗୁଡିକରେ ଏଭଳି ବେଆଇନ ଭାବେ ସୁନା ଗଚ୍ଛିତ ରଖାଯାଇଥିବା ବେଳେ ସେଗୁଡିକର କାଗଜ ପତ୍ର ଏବଂ ଜିଏସଟି ଫାଙ୍କୁଥିବା ଜଣାପଡିଛି। ତେବେ ଏହି ଚଢାଉ ପରେ ବହୁ ସୁନା ଦୋକାନର ଗୁମର ଫିଟିବ ବୋଲି କୁହାଯାଉଛି।

publive-image

ଆଜି ଆରକେ ଜ୍ବେଲେରୀ ଦୋକାନରେ ଚଢାଉ ପରେ ଜିଲ୍ଲାର ସମସ୍ତ ଦୋକାନରେ ତାଲା ପଡିଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ବହୁ ଦୋକାନୀ ବିନା କାଗଜ ପତ୍ରରେ ବହୁ ସୁନା ରଖିଥିବା ଆଶଙ୍କା କରାଯାଉଛି। ଏକାକାଳୀନ ଜିଲ୍ଲାର ଅନ୍ୟ ଦୋକାନଗୁଡିକରେ ମଧ୍ୟ ଚଢାଉ କରାଯାଇଥିଲେ ବହୁ ରହସ୍ୟ ପଦାକୁ ଆସିପାରନ୍ତା ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe