ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଦେବଗଡ଼: ଦେବଗଡ଼ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ସିଏସ୍‌ସି ମ୍ୟାନେଜର ସୁବାସ ଚନ୍ଦ୍ର ଅଗ୍ରୱାଲ (୩୮)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଏକ ହୋଟେଲରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ସହର ଅଇଁଠାପାଲି ଅଞ୍ଚଳର ସୁବାସ ଚନ୍ଦ୍ର ଅଗ୍ରୱାଲ ସୁବାସ ଗତ ୧୯ ତାରିଖ ଦିନ ବଦଳି ହୋଇ ନୂତନ ଭାବେ ଦେବଗଡ଼ ଷ୍ଟେଟ୍‌ ବ୍ୟାଙ୍କରେ ଯୋଗ ଦେଇଥିଲେ। ସେ ସ୍ଥାନୀୟ ଏକ ହୋଟେଲ୍‌ର ରୁମ ନମ୍ବର ୭୦୩ ରେ ରହୁଥିଲେ। ଗୁରୁବାର ରାତିରେ ସେ କାମ ସାରି ହୋଟେଲ ରୁମ୍‌କୁ ଫେରିଥିଲେ। ଆଜି ତାଙ୍କ ପରିବାର ଲୋକ ଅନେକ ଥର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ଫଳରେ ତାଙ୍କ ଭାଇ ହୋଟେଲକୁ ପହଞ୍ଚି ଥିଲେ। ତାଙ୍କ ରୁମ୍‌ ଭିତର ପଟୁ ବନ୍ଦ ରହିଥିଲା। କବାଟ ଭାଙ୍ଗିବା ପରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଏକ ଧଳା ଓଢଣି ବେକରେ ଫାଶ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଦେବଗଡ଼ ଥାନା ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ନେଇକି ସମ୍ବଲପୁର ଫେରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe