ଟଙ୍କା ଫୋପାଡ଼ି ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ

Advertisment

ବନ ଉନ୍ନୟନ ନିଗମ କର୍ମଚାରୀଙ୍କଠାରୁ ଲୁଟିନେଲେ ୪ ଲକ୍ଷ ୫୪ ହଜାର

ବନ ଉନ୍ନୟନ ନିଗମ କର୍ମଚାରୀଙ୍କଠାରୁ ଲୁଟିନେଲେ ୪ ଲକ୍ଷ ୫୪ ହଜାର

ଟଙ୍କା ଫୋପାଡ଼ି ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ

ରାଉରକେଲା: ସ୍କୁଟିରେ ବ୍ୟାଙ୍କ୍‌ରୁ ଟଙ୍କା କାଢ଼ି ଅଫିସ୍‌କୁ ନେଉଥିଲେ ବନ ଉନ୍ନୟନ ନିଗମ କର୍ମଚାରୀ। ଏତିକିବେଳେ ଦୁଇ ଜଣ ଦୁର୍ବୃର୍ତ୍ତ ତାଙ୍କ ପଛପଟେ କିଛି ୨୦/୫୦ ଟଙ୍କିଆ ନୋଟ୍‌ ଫିଙ୍ଗି ଦେଇ ଟଙ୍କା ପଡ଼ିଥିବା କହିଥିଲେ। ଟଙ୍କା ପଡ଼ିଯାଇଥିବା ଭାବି କର୍ମଚାରୀ ଗାଡ଼ିରୁ ଓହ୍ଲାଇ ଟଙ୍କା ଗୋଟାଇବାକୁ ଯାଇଥିଲେ। ଏତିକିବେଳେ ଦୁଇ ଦୁର୍ବୃର୍ତ୍ତ ଡିକିରୁ ଟଙ୍କା ନେଇ ଚମ୍ପଟ୍‌ ମାରିଥିଲେ। ଆଜି ଦିନ ଦ୍ବିପ୍ରହରରେ ଇସ୍ପାତସହରରେ ଏଭଳି ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି।
ଆଜି ଦିନ ପ୍ରାୟ ସାଢ଼େ ୧୨ଟା। ରାଉରକେଲା ବନ ଉନ୍ନୟନ ନିଗମ କର୍ମଚାରୀ ଦାଶରଥୀ ଷଣ୍ଢ ଉଦିତ ନଗର ସ୍ଥିତ କାନାରା ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ପରେ ସେ ନିଜ ସ୍କୁଟି ଡିକିରେ ରଖି ଅଫିସ ଅଭିମୁଖେ ବାହାରିଥିଲେ। ଉଦିତନଗର ଥାନା ଅନ୍ତର୍ଗତ ସିଂହାସିନୀ ମନ୍ଦିର ପାର୍ଶ୍ୱ ରିଂ ରୋଡ଼ ନିକଟରେ ଦୁଇ ଜଣ ଯୁବକ ବାଇକ୍‌ରେ ପଛପଟୁ ଯାଇ କିଛି କୋଡିଏ ଓ ପଚାଶ ଟଙ୍କିଆ ନୋଟ ରାସ୍ତାରେ ପକାଇଦେଇଥିଲେ। ପରେ ଆଗକୁ ଯାଇ ଶ୍ରୀ ଷଣ୍ଢଙ୍କୁ ଟଙ୍କା ପଡ଼ଥିବା କହିଥିଲେ। ଫଳରେ ସେ ସ୍କୁଟିକୁ ରାସ୍ତାକଡ଼ରେ ରଖି ଟଙ୍କା ଗୋଟାଉଥିବା ବେଳେ ଦୁଇ ଲୁଟେରା ଡିକି ଖୋଳି ବ୍ୟାଗ୍‌ରେ ଥିବା ୪ ଲକ୍ଷ ୫୪ ହଜାର ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ। ଏତିକିବେଳେ ଆଉ ଦୁଇ ଯୁବକ ଟଙ୍କା ନେବା ବିଷୟରେ କହିବାରୁ ସେ ଗାଡ଼ି ପାଖକୁ ଆସି ଦେଖିବାବେଳକୁ ଡିକି ଖୋଲି ଟଙ୍କା ଥଳି ନେଇ ଦୁର୍ବୁତ୍ତ ଦ୍ବୟ ଛୁ’ ମାରିଥିବା ଜାଣିପାରିଲେ। ଲୁଟ୍‌ର ଶିକାର ହୋଇଥିବା ଦାଶରଥିଙ୍କ ଏତଲାକ୍ରମେ ଉଦିତନଗର ଥାନା ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe