ଷ୍ଟେସନର ନାମ ହେଲା ଉଦୟଗିରି-ରତ୍ନଗିରି

ଷ୍ଟେସନର ନାମ ହେଲା ଉଦୟଗିରି-ରତ୍ନଗିରି

Wikimedia Commons

ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ରେଳପଥର ଯାଜପୁର ଜିଲ୍ଲା ଅନ୍ତର୍ଗତ ପଦ୍ମନାଭପୁର ଠାରେ ଥିବା ୩ ନମ୍ବର ରେଳଷ୍ଟେସନ ନାମ ପରିବର୍ତ୍ତନ କରାଯାଇଛି। ଏବେ ଠାରୁ ଏହାକୁ ଉଦୟଗିରି-ରତ୍ନଗିରିରୋଡ ରେଳ ଷ୍ଟେସନ ନାମକରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଏହାର ନାମ ରତ୍ନଗିରିରୋଡ ଥିଲା। ଯେହେତୁ ଏହି ଷ୍ଟେସନ ନିକଟରେ ବିଶ୍ଵ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଓ କିଛି ଦୂରତାରେ ରତ୍ନଗିରି ରହିଛି। ରତ୍ନଗିରିରୋଡ ନାମକରଣକୁ ସଂଶୋଧନ କରାଯାଇ ଉଦୟଗିରି-ରତ୍ନଗିରିରୋଡ ରେଳ ଷ୍ଟେସନ ନାମକରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରେଳବାଇ ନକ୍ସାରେ ଉଦୟଗିରିକୁ ପ୍ରାଧାନ୍ୟ ଦିଆଯାଇନଥିବାରୁ ନାମ ସଂଶୋଧନ ପାଇଁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଦାବି ହୋଇଆସୁଥିଲା।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ ସାମଲ ପ୍ରମୁଖ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏଥିରେ ବିଳମ୍ବ ହେବାରୁ ସେତେବେଳେ ରତ୍ନଗିରିରୋଡ ଷ୍ଟେସନ ସମ୍ମୁଖରେ ସମିତି ତରଫରୁ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଗତ ୨୧ ତାରିଖରେ ପତ୍ର ସଂଖ୍ୟା ୮୩୪୭ ରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ବିଭାଗକୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe