୧୨ ଦିନ ପରେ ଖାଲରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ

୧୨ ଦିନ ପରେ ଖାଲରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ

ଦୈତାରି: ଶୌଚ ହେବାକୁ ଯାଇ ବାଟବଣା ହୋଇଯାଇଥିଲେ ବୃଦ୍ଧ। ୧୨ ଦିନ ପରେ ଘରଠାରୁ ୨ କିମି ଦୂର ଏକ ପାହାଡ଼ର ଖୋଲ ଭିତରୁ ଜୀବିତ ଉଦ୍ଧାର ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ନିକଟ ମୁରୁଂଡିହାର କାଳୀଦାସ ପାତ୍ର (୭୫) ନାତିନାତୁଣୀଙ୍କୁ ଦେଖିବା ପାଇଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରି ଛାତବିଲ୍ଡିଂ ଅଞ୍ଚଳକୁ ଆସିଥିଲେ। ଗତ ୨୯ ତାରିଖ ପୂର୍ବାହ୍ନ ୧୧ଟାବେଳେ ସେ ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନଥିଲେ। ଏନେଇ ପୁଅ ସଂଜୟ ପାତ୍ର ଦୈତାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଦୈତାରି ପୁଲିସ କେସ୍‌ ନମ୍ବର ୪/୨୩ରେ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଘଟଣାର ୧୨ ଦିନ ପରେ ଆଜି ଛତୁ ତୋଳିବାକୁ ଯାଇଥିବା କିଛି ଲୋକ ଦୈତାରି ଡ୍ୟାମଠାରୁ ୨ କିମି ଦୂର ଏକ ପାହାଡ଼ ‌ଖୋଲ ଭିତରେ ଜଣେ ବୃଦ୍ଧ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଦୈତାରି ଥାନା ଆଇଆଇସି ତୁଳସୀ ମଞ୍ଜରୀ ଭୂୟାଁ ଓ ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ସେ ନିଖୋଜ କାଳୀଦାସ ପାତ୍ର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଆମ୍ବୁଲାନ୍ସ ସହାୟତାରେ କାଳୀଦାସଙ୍କୁ ପ୍ରଥମେ ଓଏମ୍‌ସି ଡାକ୍ତରଖାନା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ୧୨ ଦିନ ଧରି ବୃଦ୍ଧ ଜଣଙ୍କ ପାହାଡ଼ ଖୋଲରେ ଅଖିଆ, ଅପିଆ ରହିବା ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe