ଟ୍ରେନ୍‌ରୁ ପଡ଼ି ଯାତ୍ରୀ ମୃତ

ଟ୍ରେନ୍‌ରୁ ପଡ଼ି ଯାତ୍ରୀ ମୃତ

Nagpur Today

ଝାରସୁଗୁଡ଼ା: ବ୍ରଜରାଜନଗର-ଝାରସୁଗୁଡ଼ା ରେଳ ଲାଇନ୍‌ର ଇବ୍‌ ବ୍ରିଜ ନିକଟରେ ରବିବାର ଭୋର୍‌ରୁ କୌଣସି ଏକ ଟ୍ରେନ୍‌ରୁ ପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପ୍ରାୟ ୫୫ ବର୍ଷ ‌ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ନିକଟରୁ ଏକ ରେଳ ଟିକଟ ମିଳିଛି, ଯେଉଁଥିରୁ ‌ମୃତକ ବମ୍ବେରୁ ରାଉରକେଲା ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।

ସୂଚନା ପାଇ ଝାରସୁଗୁଡ଼ା ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଖବର ଲେଖାହେବା ଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe