‌ଲୋକଙ୍କୁ ମିଳୁନି, ପାଇପ୍ ଫାଟି ଡ୍ରେନରେ ଚାଲିଛି ପାଣି

Advertisment
‌ଲୋକଙ୍କୁ ମିଳୁନି, ପାଇପ୍ ଫାଟି ଡ୍ରେନରେ ଚାଲିଛି ପାଣି

ଜୟପୁର: ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯାଉଥିବା ପାଇପ ଗୁଡିକର ରକ୍ଷଣାବେକ୍ଷଣ, ଦେଖାରଖା ବର୍ଷ ତମାମ କରିବା କଥା। କିନ୍ତୁ ସେଭଳି ନ ହେବାରୁ ବହୁ ସମୟରେ ବହୁ ସ୍ଥାନରେ ପାଇପ୍ ଗୁଡିକ ପାଟି ଘରକୁ ଯିବା ପାଣି ରାସ୍ତାରେ ବହିଯାଉଥିବା ଦେଖିବାକୁ ମିଳିଛି। ଏପରି ସହରର ଖାଲସାହି ଅଂଚଳରେ ବିକ୍ରମଦେବ ଷ୍ଟାଡିୟମ ପାର୍ଶ୍ବ ନାଳରେ ଶନିବାର ଦେଖିବାକୁ ମିଳିଥିଲା। ପାଇପ୍ ପାଟି ଡ୍ରେନର ଅଧା ପର୍ଯ୍ୟନ୍ତ ପାଣି ବୋହିଯାଉଥିବା ଦେଖିବାକୁ ମିଳିଥିଲା।

ସହରର ବହୁ କଲୋନୀ ଓ ବସ୍ତି ଅଂଚଳକୁ ପାଣି ପହଚୁଂ ନଥିବା ବେଳେ ଏଭଳି ପାଣି ପାଇପ୍ ପାଟି ଅଯଥାରେ ନଷ୍ଟା ହେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାହି ବାସୀ ପ୍ରଶ୍ନ କରିଛନ୍ତି। ବର୍ଷା ଦିନ ଆସିବା ପୂର୍ବରୁ ବିଭାଗ ପକ୍ଷରୁ ସହରରେ ବିଛା ଯାଇଥିବା ସମସ୍ତ ପାଇପକୁ ଥରେ ଯାଂଚ କରି ଦେଖିବା କଥା। ସେଭଳି କରାଯାଉନଥିବାରୁ ଆଜି ଏଭଳି ହୋଇଛି ବୋଲି ଖାଲସାହିବାସିନ୍ଦା କହିଛନ୍ତି। ତୁରନ୍ତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe