ବାଇକ୍ ଚୋରି ବେଳେ ଧରାପଡ଼ିଲା ଚୋର

୬ ଲୁଟେରାଙ୍କଠାରୁ ୨୦  ମୋବାଇଲ୍‌ ଜବତ

କୋଲାବିରା: କୋଲାବିରା ଥାନା ଅନ୍ତର୍ଗତ ମାଲିଡିହି ଅଞ୍ଚଳରୁ ଏକ ବାଇକ ଚୋର ଧରାପଡ଼ି ଗିରଫ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୮.୩୦ମି. ରେ ମାଲିଡିହିର ଲିପୁନ ପାଢ଼ୀଙ୍କ ବାଇକ (ଓଡି ୨୩ ଇ ୮୩୨୦) ତାଙ୍କ କୁକୁଡା ଫାର୍ମରେ ଥିଲା। ଏହି ସମୟରେ ଜଣେ ଦୁର୍ବୃତ୍ତ ଏହି ବାଇକ ଚୋରି ପରି ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଜାଣିବା ପରେ ତାକୁ ପିଛା କରିଥିଲେ। ପ୍ରାୟ ୨ କିମି ଦୂର ଗଲା ପରେ ରବଡେଗା ନାଳ ପାଖ ମୋଡଣିରେ ଥିବା ହମ୍ପ୍‌ସରେ ଚୋର ଜଣକ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା।

ଲୋକେ ତାକୁ କାବୁ କରି କୋଲାବିରା ପୁଲିସକୁ ଜିମା ଦେଇଥିଲେ। ଚୋର ଜଣକ ମାଙ୍ଗରୁ ମଣ୍ଡା (୨୨) ବୋଲି ଜଣାଯାଇଛି। ସେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ରହୁଥିବା ବେଳେ ତାର ପ୍ରକୃତ ଘର ଝାରଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର ଇଟ୍‌କି ଥାନା ଅନ୍ତର୍ଗତ ନାଚେଲଡିହି ବୋଲି ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe