ପ୍ରେସର୍ ବେଲ୍‌ଟ ଜାମ୍, ଫାଟକରେ ଅଟକିଲା ଟ୍ରେନ୍‌

ପ୍ରେସର୍ ବେଲ୍‌ଟ ଜାମ୍, ଫାଟକରେ ଅଟକିଲା ଟ୍ରେନ୍‌

ବାମରା: ଝାରସୁଗୁଡ଼ା- ରାଉରକେଲା ମେମୁ ଟ୍ରେନ (୦୮୧୬୮) ବୁଧବାର ପୂର୍ବାହ୍ନରେ ଯାଉଥିବା ବେଳେ ଧରୁଆଡିହି ଷ୍ଟେସନ ପରଠାରୁ ଟ୍ରେନ୍‌ର ପ୍ରେସର ବେଲ୍ଟ ଜାମ ହୋଇ ଛିଣ୍ଡି ଯିବାରୁ ଅସୁବିଧା ଦେଖା ଦେଇଥିଲା। ଏହି ଟ୍ରେନଟି ବାମରା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ବାମରା ୱେଷ୍ଟ କେବିନ ରେଲୱେ ଫାଟକରେ ହଠାତ୍‌ ଅଟକି ଯାଇଥିଲା। ଖବର ପାଇ କାର୍ଯ୍ୟରତ ବିଭାଗୀୟ ସେକ୍ସନ କର୍ମଚାରୀମାନେ ତୁରନ୍ତ ପହଞ୍ଚି ମରାମତି କରିଥିଲେ। ଏଥିପାଇଁ ପ୍ରାୟ ଅଧ ଘଣ୍ଟା ଧରି ଟ୍ରେନଟି ଫାଟକରେ ଛିଡ଼ା ହୋଇ ରହିଥିଲା।

ଏହି କାରଣରୁ ଡାଉନ ଲାଇନରେ ଚାଲୁଥିବା ଜଗଦଲପୁର- ହାୱଡ଼ା ଇସ୍ପାତ ସୁପର ଫାଷ୍ଟ ଏକ୍ସପ୍ରେସ ସମେତ ଅନ୍ୟ କେତେକ ଏକ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହୋଇଥିଲେ। ଟ୍ରେନ ଅଟକି ରହିଥିବାରୁ ଫାଟକର ଉଭୟ ପାର୍ଶ୍ବରେ ଛିଡ଼ା ହୋଇଥିବା ୨ ଚକିଆ, ଚାରି ଚକିଆ ଯାନଗୁଡ଼ିକର ଭିଡ଼ ହୋଇଯାଇଥିଲା। ମରାମତି ପରେ ଟ୍ରେନଟିକୁ ନିଜ ଗନ୍ତବ୍ୟ ପଥ ଅଭିମୁଖେ ଯାତ୍ରା କରିଥିଲା। ପ୍ରକାଶ ଯେ, ଗତ ଏକ ସପ୍ତାହ ତଳେ ଏହି ଷ୍ଟେସନରେ ଏକ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌ର ଚକା ଜାମ ହେବାରୁ ଟ୍ରେନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe