123RF
ବ୍ରଜରାଜନଗର: ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁରୁବାର ବଜାରରେ ରହୁଥିବା କୃଷ୍ଣ ପ୍ରସାଦଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବକ ଗାଳିଗୁଲଜ କରିବା ସହିତ ପଥର ଓ ମଦ ବୋତଲ ଫୋପାଡ଼ି ଥିଲା। ମଦ ବୋତଲଟି କୃଷ୍ଣ ପ୍ରସାଦଙ୍କ ମା’ଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା।
ଏହା ପରେ ପୁଣି ଯୁବକ ଜଣକ ପୁଣି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। କୃଷ୍ଣଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
Follow Us