ଖେସରା ଜଙ୍ଗଲରୁ ଗଛକଟା, ମହିଳାଙ୍କ ବିରୋଧ

ଖେସରା ଜଙ୍ଗଲରୁ ଗଛକଟା, ମହିଳାଙ୍କ ବିରୋଧ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ପିଠାଗୋଳା ପଞ୍ଚାୟତ ଖେଦାପଡ଼ା ଗ୍ରାମର ଖେସରା ଜଙ୍ଗଲରୁ ଗଛ କାଟି ରାସ୍ତା ନିର୍ମାଣ କରାଯାଉଛି। ଏହାକୁ ଗ୍ରାମର ମହିଳାମାନେ ବିରୋଧ କରିଛନ୍ତି। ଏନେଇ ସେମାନେ ଡିଏଫ୍‌ଓଙ୍କ ନିକଟରେ ଫେରାଦ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଲା, ଗ୍ରାମ ନିକଟ ଖେସରା ଜଙ୍ଗଲରୁ ଗ୍ରାମବାସୀ ବର୍ଷବର୍ଷ ଧରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି। ଗ୍ରାମବାସୀ ଜଙ୍ଗଲର ରକ୍ଷଣାବେକ୍ଷଣ ମଧ୍ୟ କରୁଛନ୍ତି। ଗତ କିଛିଦିନ ହେଲା ବାହାରୁ କିଛି ଲୋକ ଆସି ରାତିରେ ଜଙ୍ଗଲରୁ ଗଛ କାଟି ରାସ୍ତା ନିର୍ମାଣ କରୁଛନ୍ତି।

ଏହାକୁ ବିରୋଧ କଲେ ସେମାନେ ଧମକ ଦେବା ସହ ସରକାରଙ୍କଠାରୁ ଗଛ କାଟିବାକୁ ନିର୍ଦେଶ ପାଇଥିବା କହୁଛନ୍ତି। ଗ୍ରାମରେ ପଲ୍ଲୀସଭା ନ କରି ଜଙ୍ଗଲକୁ ଗଛ କାଟିବାକୁ ଅନୁମତି କିଏ ଦେଲା ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ଗ୍ରାମର ୫୦ରୁ ଊର୍ଦ୍ଧ୍ବ ମହିଳା ଆଜି ହରିଚନ୍ଦନପୁର ବନପାଳଙ୍କ କାର୍ଯ୍ୟଳୟକୁ ଅଭିଯୋଗ କରିବାପାଇଁ ଆସିଥିଲେ। ଏହି ଜଙ୍ଗଲ କେନ୍ଦୁଝର ଡିଭିଜନ ଅଧୀନରେ ଥିବା ସୂଚନା ପାଇବା ପରେ ମହିଳାମାନେ କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି। ବନ ବିଭାଗ କୌଣସି ପଦକ୍ଷେପ ନ ନେଲେ ଜିଲ୍ଲାପାଳ ଓ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିକଟରେ ଅଭିଯୋଗ କରିବେ ବୋଲି ଗ୍ରାମର ଗୁରୁବାରୀ ମୁଣ୍ଡା, ଶକୁନ୍ତଳା ମୁଣ୍ଡା, ବୁଦୁନି ମହାନ୍ତ, ସୀତା ମହାନ୍ତ, ରାଇମଣି ମୁଣ୍ଡା, ନୀତିମା ମୁଣ୍ଡା, ସୁକାନ୍ତି ମହାନ୍ତ, ପୂର୍ଣ୍ଣିମା ମୁଣ୍ଡା, ବରୁଣୀ ମୁଣ୍ଡା, ନନ୍ଦିନୀ ମୁଣ୍ଡା, ସବିତା ମୁଣ୍ଡା, ତିଳୋ‌ତ୍ତମା ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe