ନାଳରେ ପଡ଼ି ଯୁବକଙ୍କ ମୃତ୍ୟୁ

ନାଳରେ ପଡ଼ି ଯୁବକଙ୍କ ମୃତ୍ୟୁ

The Hans India

ବଲାଙ୍ଗୀର: ବଲାଙ୍ଗୀର ସହର ରାମେଶ୍ବରନଗରସ୍ଥିତ ଏକ ନାଳାରେ ପଡ଼ି ପୁଇନ୍ତଳା ଥାନା ସାଉନ୍ତପୁର ଗାଁର ଦଧିବାମନ ନାଏକ (୪୩)ଙ୍କ ମୃତ୍ୟୁ ଘଟିଛି। ସେ ରାମେଶ୍ବରନଗର ଏକ ଭଡ଼ାଘରେ ରହୁଥିଲେ। ଶୁକ୍ରବାର ଘରୁ ବାହାରୁଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ନାଳାରେ ପଡ଼ିଯାଥିଲେ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe