Deccan Herald
ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମାଟାଙ୍କି ନିକଟରେ ଥିବା ଏକ ଆସବାବ ଦୋକାନରୁ ଚୋରି ହୋଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି।
ଆସବାବ ଦୋକାନର ମାଲିକ ଆନନ୍ଦ ଓଝାଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଆସବାବ ଦୋକାନର କବାଟ ଭାଙ୍ଗି ଭିତରେ ଥିବା ୨ଟି ଇଲେକ୍ଟ୍ରିକ୍ ରନ୍ଦା, ଗୋଟିଏ କଟର ମେସିନ, ଗୋଟିଏ ଡ୍ରିଲ ଆଦି ଚୋରି କରିନେଇଛି। ଚୋରି ଜିନିଷର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଶ୍ରୀ ଓଝା ଅଭିଯୋଗରେ ଦର୍ଶାଇଛନ୍ତି।
Follow Us