ସାଇ ମନ୍ଦିରରୁ ଚୋରି ଘଟଣା: ୪ ଗିରଫ

ସାଇ ମନ୍ଦିରରୁ ଚୋରି ଘଟଣା: ୪ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ଅଞ୍ଚଳର ସାଇ ମନ୍ଦିର ଓ ସ୍କୁଲରୁ ଚୋରି ହୋଇଥିବା ଘଟଣାରେ ନୂଆପଡ଼ା ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିବା ଏସ୍‌ପି ଜି.ଆର୍‌ ରାଘବେନ୍ଦ୍ର ଖରିଆରରୋଡ଼ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଜୋଙ୍କ ଥାନା ବଲୋଦା ଛକର ସାଇ ମନ୍ଦିରରୁ ଗତ ୨୭ ତାରିଖ ଟଙ୍କା ସହ ବହୁ ସାମଗ୍ରୀ ଚୋରି ହୋଇଥିଲା। ସେହିପରି ୨୬ ତାରିଖ ମୁଣ୍ଡାଗାଁ ୟୁପିସ୍କୁଲରୁ ବହୁ ରୋଷେଇ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଏସ୍‌ପିଙ୍କ ନିର୍ଦେଶକ୍ରମେ ଖରିଆରରୋଡ଼  ଥାନାଧିକାରୀ କୈଳାସ ସେଠୀ, ଲଖାନା ଥାନାଧିକାରୀ ଗୁରୁଦେବ କର୍ମୀ, ଏସ୍‌ଆଇ ବବିତା ମହାଭୋଇ, ଜ୍ୟୋତ୍ସ୍ନାରାନୀ ଖୁଣ୍ଟିଆ,  ଅଶୋକ ବିହାରୀଙ୍କୁ ନେଇ ଗଠିତ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ଘଟଣାରେ ସଂପୃକ୍ତ ଜୋଙ୍କ ଥାନା ଖୁପେତରା ୱାର୍ଡ ନଂ୧୪ର ଲାଲୁ ସତନାମୀ (୩୩), ୱାର୍ଡନଂ୩ ହାଇସ୍କୁଲପଡ଼ାର ଆଶିଷ ଗହୀର (୨୯), ୱାର୍ଡ ନଂ୪ର ବଜାପଡ଼ାର ଅନୁରାଗ କୁମାର (୧୯) ଓ ୱାର୍ଡ ନଂ୪ ବଜାରପଡ଼ାର ରାଜ ହଜାରେ (୩୫)ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍‌, ୧୬ଟି କଂସା ଓ ପିତ୍ତଳ ସାମଗ୍ରୀ, ୩ଟି ଗ୍ୟାସ୍ ସହ ସ୍କୁଲ ରୋଷେଇ ସାମଗ୍ରୀ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe