କୁଶଙ୍ଗ ରେଞ୍ଜରେ ୩୩ କଲରାପତରିଆ ବାଘ ପାଦଚିହ୍ନ ଠାବ

Advertisment

ବୌଦ୍ଧ ଜିଲ୍ଲା: ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସରିଲା ବାଘଗଣନା

ବୌଦ୍ଧ ଜିଲ୍ଲା: ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସରିଲା ବାଘଗଣନା

କୁଶଙ୍ଗ ରେଞ୍ଜରେ ୩୩ କଲରାପତରିଆ ବାଘ ପାଦଚିହ୍ନ ଠାବ

ହରଭଙ୍ଗା: ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛାମୁଣ୍ତିଆ, କୁଆଁରିଆ ଏବଂ ବାଣିଗୋଛା ରେଞ୍ଜରେ ଚଳିତବର୍ଷର ପ୍ରାକ୍ ମୌସୁମୀ ବାଘଗଣନା ଗୁରୁବାର ଶେଷ ହୋଇଛି। ଡିଜିଟାଲ ସର୍ଭେ ଆପ୍ ମାଧ୍ୟମରେ ୬ ଦିନ ଧରି ଏହି ଗଣନା ଚାଲିଥିଲା। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ ଜଣ, ବାଣିଗୋଛା ରେଞ୍ଜର ୭ଟି ବିଟରେ ୨୧ଜଣ, ଛାମୁଣ୍ତିଆ ରେଞ୍ଜର ୧୧ଟି ବିଟରେ ୩୩ଜଣ ଏବଂ କୁଆଁରିଆ ରେଞ୍ଜର ୭ଟି ବିଟରେ ୨୧ଜଣ କର୍ମଚାରୀ ନିୟୋଜିତ ଥିଲେ।

publive-image

ଏଥିପାଇଁ ୫୪୦ଟି ସ୍ଥାନରେ ପାଦଚିହ୍ନ ନିରୀକ୍ଷଣ ବ୍ୟବସ୍ଥା କରାଯାଇ ଥିଲା। ପ୍ରତି ବିଟରେ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ଥିଲେ। ଗଣନା କାର୍ଯ୍ୟ ଶେଷ ହେବାପରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୩୩ଟି କଲରାପତରିଆ ବାଘଙ୍କ ପାଦଚିହ୍ନ ଠାବ କରାଯାଇଛି। ଯଦି ପାଦଚିହ୍ନ ଅନୁସାରେ ଏଠାରେ କଲରାପତରିଆ ବାଘ ଥା’ନ୍ତି, ତେବେ ନିଶ୍ଚିତ ଭାବରେ ବାଘବଂଶ ବୃଦ୍ଧି ପାଇଥିବା କହାଯାଇ ପାରିବ। ଏଥିସହ ହାତୀ, ବାରହା, ସମ୍ବର, କୁଟ୍ରା, ଠେକୁଆ, ଗୟଳ, ଝିଙ୍କ, ନେପାଳି ମୂଷା ଓ ମୟୁରଭଳି ବନ୍ୟପ୍ରାଣୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଥିବା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe