ଆଶ୍ରୟସ୍ଥଳୀରେ ମିଳୁନି ଖାଦ୍ୟ, ଉପାସରେ ଶତାଧିକ ଲୋକ

Advertisment

ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ପଞ୍ଚାୟତର କଦଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ମିଳିନି। ଭୋକ ଉପାସରେ ଶତାଧିକ ପୁରୁଷମହିଳା ରହିଛନ୍ତି...

ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ପଞ୍ଚାୟତର କଦଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ମିଳିନି। ଭୋକ ଉପାସରେ ଶତାଧିକ ପୁରୁଷମହିଳା ରହିଛନ୍ତି...

WhatsApp Image 2024-10-24 at 1.25.48 PM

ବୈଶିଙ୍ଗା: ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ପଞ୍ଚାୟତର କଦଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ମିଳିନି। ଭୋକ ଉପାସରେ ଶତାଧିକ ପୁରୁଷମହିଳା ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାଇ ବେତନଟୀ ବ୍ଲକ ଅଞ୍ଚଳରେ ବାତ୍ୟା ପ୍ରଭାବ ଧୀରେ ଧୀରେ ବଢିବାକୁ ଲାଗିଥିବାବେଳେ କଚ୍ଚା ଘରେ ଥିବା ପରିବାର ଲୋକଙ୍କୁ ବୈଶିଙ୍ଗା ପଞ୍ଚାୟତର କଦଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳରେ ଗୁରୁବାର ଭୋର ସକାଳୁ ପ୍ରଶାସନ ପକ୍ଷରୁ ଶତାଧିକ ଲୋକଙ୍କୁ ଆଣି ରଖାଯାଇଛି।

ହେଲେ ବିଡମ୍ବନାର ବିଷୟ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଆଶ୍ରୟସ୍ଥଳୀରେ ଖାଇବାକୁ ଦିଆଯାଇ ନ ଥିଲା। ପରେ ଗ୍ରାମବାସୀ ଅଭିଯୋଗ କରିବାପରେ ସଙ୍ଗେ ସଙ୍ଗେ ୫୦ରୁ ୭୦ଟା ଚୁଡା ଓ ଗୁଡ଼ ଭର୍ତ୍ତି ଜରି ପୁଡିଆ ଆଣି ବଣ୍ଟା ଯାଇଥିଲା। ହେଲେ ସେଠାରେ ଆହୁରି ଶତାଧିକ ଲୋକ ଖାଦ୍ୟ ପୁଡିଆ ନ ପାଇ ଭୋକରେ ରହିଥିଲେ।

WhatsApp Image 2024-10-24 at 12.02.20 PM

ଯେଉଁଥିପାଇଁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନ୍ୟପଟେ ମିଳିଥିବା ଚୁଡା ଗୁଡ଼ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ସେମାନେ କହିବା ମୁତାବକ ଚୁଡା ଏତେ ପିତା ଲାଗୁଥିଲା କି ସାଧାରଣ ଖାଇବା ଅସମ୍ଭବ ହୋଇପଡ଼ିଥିଲା। ତେବେ ଏନେଇ ବେତନଟୀ ବିଡ଼ିଓ ଗୋପୀନାଥ ଖାଖା କହିଛନ୍ତି ସେ ଘଟଣା ସମ୍ପର୍କରେ ଅବଗତ ହେବାପରେ ଯଥାଶୀଘ୍ର ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe