ମୁକୁଳା ପଡ଼ିଛି ଓଡ଼ିଶା ସୀମା; ସମସ୍ୟା ବଢାଉଛନ୍ତି ଦାଦନ ଓ ଫେରିବାଲା, ରେଳ ଷ୍ଟେସନ ଜଗିଛି ପ୍ରଶାସନ

Advertisment
ଗଞ୍ଜାମରେ ଦାଦନଙ୍କ ଅସରନ୍ତି ଯନ୍ତ୍ରଣା: ୨୦୨୩ରେ ୪୦ ଜଣ ପ୍ରାଣ ହରାଇଥିଲେ

Deccan Herald

କୋରାପୁଟ: ପୁଷ ପରବ ସରୁସରୁ କୋରାପୁଟରୁ ଛୁଟିଥିଲା ଦାଦନ ଶ୍ରମିକଙ୍କ ସୁଅ। ଚାଷ ବାସ ସରିଥିଲାବେଳେ ଆଉ କିଛି କାମ ଧନ୍ଧା ନ ଥିବାରୁ ଲୋକେ ପେଡି ପୁଟୁଳା ଧରି ବାହାର ରାଜ୍ୟକୁ କାମ ଆଶାରେ ଯାଇଥିଲେ। ଏବେ କିନ୍ତୁ କରୋନାର ଦ୍ବିତୀୟ ଲହରର ଆତଙ୍କ ସାରା ବିଶ୍ବକୁ ଦୋହଲାଇ ଦେଲା ପରେ ଲୋକେ ପୁଣି ଘରମୁହାଁ ହୋଇଛନ୍ତି। ତେବେ ଯେଉଁ ଶ୍ରମିକମାନେ କ‌ରୋନା ଆକ୍ରାନ୍ତ ଅଂଚଳରୁ ଆସୁଛନ୍ତି, ସେମାନଙ୍କୁ ନେଇ ଏବେ ଚିନ୍ତାରେ ପଡିଛି ପ୍ରଶାସନ। ତେଣୁ ବାହାରୁ ଫେରୁଥିବା ସମସ୍ତ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ସବୁ ନିଆଯାଇଛି।

ପ୍ରଶାସନ ପକ୍ଷରୁ ରେଳ ଷ୍ଟ‌େସନକୁ ଜଗିଥିବାବେଳେ ମୁକୁଳା ପଡିଛି ଆନ୍ଧ୍ର ପଡୁ ଜିଲ୍ଲାକୁ ଯୋଡୁଥିବା ବିଭିନ୍ନ ରାସ୍ତା। ଜିଲ୍ଲାର ଲମତାପୁଟ ପଟୁ, ଶୁଙ୍କି ପଟୁ, ନାରାୟଣପାଟଣା ଓ ବନ୍ଧୁଗାଁ ପଟୁ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଶ୍ରମିକଙ୍କ ସୁଅ ଛୁଟୁଛି। କରୋନା ଭୁତାଣୁର ଦ୍ବିତୀୟ ଲହରକୁ ନେଇ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପଡୋଶୀ ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ପଟୁ ‌ଫେରିବାଲାଙ୍କକ ସହ ପ୍ରବାସୀ ଶ୍ରମିକଙ୍କ ସୁଅ ଜିଲ୍ଲାକୁ ଛୁଟୁଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏହି ରାସ୍ତା ଦେଇ ଜିଲ୍ଲାକୁ ଏହିମାନେ ଲାଇନ ଲଗାଉଥିବାବେଳେ ସେମାନଙ୍କୁ ରୋକିବାକୁ କୌଣସି ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି।

ବିଶେଷକରି ଛତିଶଗଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଅପରପକ୍ଷରେ ଏହି ସବୁ ରାଜ୍ୟରେ କୋରାପୁଟର ହଜାର ହଜାର ଶ୍ରମିକ କାମ କରୁଛନ୍ତି। ଦାଦନ ଖଟିବାକୁ ଶ୍ରମିକମାନେ ଏହି ସବୁ ରାଜ୍ୟକୁ ଯାଇଥିଲେ। କିନ୍ତୁ କରୋନାର ଦ୍ବିତୀୟ ଲହର ଭୟରେ ବିଭିନ୍ନ ସ୍ଥାନରେ କାମ ବନ୍ଦ ହୋଇ ଯାଇଥିଲାବେଳେ ଏହି ଶ୍ରମିକମାନେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଉ କିଛି ଶ୍ରମିକ କରୋନା ଭୟରେ ବି ଘରମୁହାଁ ହେଉଛନ୍ତି। କିନ୍ତୁ ସଂକ୍ରମିତ ଅଂଚଳରୁ ଏହି ଶ୍ରମିକ ଫେରୁଥିବାରୁ ଏମାନଙ୍କୁ ନେଇ ଏଠାରେ ଚିନ୍ତା ବଢି ଯାଇଛି। ଏମାନଙ୍କ ଦେହ‌ରେ କରୋନା ଭୂତାଣୁ ଥିବାର ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ହୋଇ ଯାଇଛି। ତେଣୁ ବାହାରୁ ଆସୁଥିବା ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରେଳଷ୍ଟସେନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ପଞ୍ଚାୟତ ପ୍ରତିନିଧି ଓ ୱାର୍ଡ ମେମ୍ବରଙ୍କୁ ଦାୟିତ୍ବ ଦିଆଯାଇଛି। ବାହାରୁ ଫେରି ଶ୍ରମିକ ଗାଁରେ ପହଞ୍ଚିଲେ, ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି। ଏହା ପରେ ମେଡିକାଲ ଟିମ ଗାଁରେ ଯାଇ ‌ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ। ଯେଉଁମାନଙ୍କର କୌଣସି ଲକ୍ଷଣ ଥିବ ସେମାନଙ୍କୁ ଡାକ୍ତରଖାନା ଅଣାଯାଇ ଅଧିକ ପରୀକ୍ଷାନିରୀକ୍ଷା କରାଯିବ ବୋଲି ଜଣାପଡିଛି।

କରୋନାକୁ ନେଇ ପ୍ରଶାସନ ଏମିତି ପଦକ୍ଷେପ ନେଇଥିଲେ ମଧ୍ୟ ଏହା ଲୋକଙ୍କ ମନରୁ ଭୟ କମାଇ ପାରୁନି। ଫଳରେ କିଛି ସ୍ଥାନରେ ବାହାରୁ ଫେରୁଥିବା ଶ୍ରମିକମାନଙ୍କୁ ଭିନ୍ନ ଦୃ‌ଷ୍ଟିରେ ଦେଖୁଛନ୍ତି। ଏପରିକି ଏମାନଙ୍କ ଦେହରେ କରୋନା ଭୁତାଣୁ ଥିବା ନେଇ ଗ୍ରାମବାସୀ ତଥା ଅଂଚଳବାସୀ ଛାନିଆ ହୋଇ ପଡୁଛନ୍ତି। ସବୁ ଦାଦନ ଶ୍ରମିକ କରୋନା ଆକ୍ରାନ୍ତ ବୋଲି ଲୋକେ ଚିନ୍ତା କରୁଛନ୍ତି। ଫଳରେ ଗ୍ରାମାଞ୍ଚଳରେ ସ୍ଥିତି ଖରାପ ହେବାରେ ଲାଗିଛି। ଏ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଅଯଥା ଆତଙ୍କିତ ନ ହୋଇ ବାହାରୁ ଫେରୁଥିବା ଲୋକଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରାଇବାକୁ ‌କୁହାଯାଇଛି। ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ମାସ୍କ ପିନ୍ଦିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରାଯିବା ଉଚିତ। କରୋନାକୁ ନେଇ ଅଯଥା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ଏବେ କେବଳ ସତର୍କତାର ସହ ଏହି ଭୁତାଣୁର ମୁକାବିଲା କରିବା ଆବଶ୍ୟକ। ଏଥିପାଇଁ ବାହାରୁ ଫେରୁଥିବା ଦାଦନ ଶ୍ରମିକଙ୍କ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe