ଦୁଇ କ୍ବିଣ୍ଟାଲ କଞ୍ଚାମାଲ ଜବତ, ଜେଲ ଗଲା ଲୁଟେରା

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ତମ୍ବା, ଆଲମିନିୟମ କେବୁଲ ତାର ସହିତ ପିତ୍ତଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟ ମାମଲାରେ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେ‌ଲେ ବଇଁଚୁଆ ଅଞ୍ଚଳର ବିଜୟ କୁମାର ସାହୁ (୫୦)। କୋର୍ଟରେ ବିଜୟର ଜାମିନ ଖାରଜ ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ବିଜୟ ନିକଟରୁ ପୁଲିସ କଂସାବାସନ ଶିଳ୍ପରେ ବ୍ୟବହୃତ ଦୁଇ କ୍ବିଣ୍ଟାଲ ପରିମାଣର ଉପରୋକ୍ତ ଚୋରି କଞ୍ଚାମାଲ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଗତକାଲି ରାତିରେ ତାର ତରଳା ଯାଉଥିବା ସଂପର୍କରେ ଖବର ପାଇ ପୁଲିସ ବିଜୟଙ୍କ ଘରେ ଅତର୍କିତ ଚଢ଼ାଉ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe