୨ଟି ବିଦ୍ୟୁତ୍‌ ଖୁଣ୍ଟ କାଟିଦେଲେ ଚୋର

୨ଟି ବିଦ୍ୟୁତ୍‌ ଖୁଣ୍ଟ କାଟିଦେଲେ ଚୋର

ପାଣିକୋଇଲି: ପାଣିକୋଇଲି ଥାନା ଅଞ୍ଚଳରେ ବିଦ୍ୟୁତ୍‌ ଉପକରଣ ଚୋର ମାତିଛନ୍ତି। ରାଜପଥ ପାର୍ଶ୍ବରେ ଟିକରଠାରୁ ମସୁଦପୁର ମଧ୍ୟରେ ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟ (୧୩ ମିଟର ଲମ୍ବ) ପୋତାଯାଇଥିଲା। ବୁଧବାରରାତିରେ ଦୁର୍ବୃତ୍ତମାନେ ସେଥିରୁ ୨ଟି ଖୁଣ୍ଟକୁ ଗ୍ୟାସ କଟରରେ କାଟି ଦେଇଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଆସିଯିବାରୁ ଚୋରମାନେ ଚମ୍ପଟ ମାରିଥିଲେ। ପ୍ରତି ଖୁଣ୍ଟକୁ ୫ ଖଣ୍ଡଲେଖାଏଁ କରିଦେଇଥିଲେ। ୬ ଜଣ ଦୁର୍ବୃତ୍ତ ପିକଅପ ଭ୍ୟାନ୍‌ରେ ଆସିଥିଲେ ବୋଲି ଜଣାପଡ଼ିଛି। ଠିକାସଂସ୍ଥା ପକ୍ଷରୁ ନିଯୁକ୍ତ ସୁରକ୍ଷାକର୍ମୀ ହୁଇସିଲ ମାରିବାରୁ ଲୁଟେରାମାନେ ଗ୍ୟାସ ସିଲିଣ୍ତର ଛାଡ଼ି ପଳାଇଥିଲେ।

ଏନେଇ ପାଣିକୋଇଲି ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଚୋରମାନେ କାଟିଥିବା ଲୁହାଖୁଣ୍ଟଗୁଡ଼ିକୁ ରାସ୍ତାକଡ଼କୁ ଆଣି ବୋଝେଇ କରିବାକୁ ପ୍ରସ୍ତୁତ ହେଉଥିଲେ। ସୁରକ୍ଷାକର୍ମୀ ଆସିଯିବାରୁ ନେଇ ନପାରି ପଳାଇ ଯାଇଥିଲେ। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe