ଟଙ୍କା ପଡ଼ିଗଲା କହି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ

Advertisment
ଟଙ୍କା ପଡ଼ିଗଲା କହି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ

nepaljapansamaj.com

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କ ଠାରୁ ଜଣେ ଦୁର୍ବୃତ୍ତ ସୋମବାର ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ ମାରିଛି।

ସୂଚନାଯୋଗ୍ୟ, ସୋମବାର ରାଜନୀକାନ୍ତ ରାଉତ ଟଙ୍କା ଜମା କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କକୁ ଯାଇଥିଲେ। ରାଜନୀକାନ୍ତ ପାଖାପାଖି ୧ଲକ୍ଷ,୬୦ହଜାର ଟଙ୍କା ଜମା କରିବାକୁ ନେଇଥିବାରୁ ସେ ଏହି ଟଙ୍କାକୁ ଏକ ବ୍ୟାଗରେ ରଖିଥିଲେ। ତେବେ ରାଜନୀକାନ୍ତ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କରେ ଫର୍ମ ପୂରଣ କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ବାବୁ ଟଙ୍କା ପଡ଼ି ଯାଇଛି ବୋଲି କହିଥିଲା। ରାଜନୀକାନ୍ତ ହଡ଼ବଡେଇ ଯାଇ ଏଣେତେଣେ ଅନାଇବା ବେଳେ ଦୁର୍ବୃତ୍ତ ତାଙ୍କର ଟଙ୍କା ବ୍ୟାଗ୍‌କୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରାଜନୀକାନ୍ତ ଜଣେ ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ବୋଲି ଜଣାପଡ଼ିଛି।

ଏହି ମାମଲା ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିବା ସହିତ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe