ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର

Advertisment
ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର

ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ୩ୟ ଅଭିଯୁକ୍ତକୁ ଗିରଫ କରିବାରେ ଯାଜପୁର ପୁଲିସ ସଫଳ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି। ତେବେ ଗତକାଲି ପୁଲିସ ଝରା ଫୁଲ ମୃତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ଅନୁଯାୟୀ ଏରପୋର୍ଟ ଥାନା ଅନ୍ତର୍ଗତ ସୁନ୍ଦର ପଦା ଗାଁର ଅମରେଶ ରାଉତ କୁ ଯାଜପୁର ପୋଲିସ ଗିରଫ କରିବାପରେ କେସ ନଂ ୩୨/୨୧ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ୍।

କୁଆଖିଆ ପୁଲିସ ଏବଂ ତଦନ୍ତକାରୀ ଅଧିକାରୀ ଏହି ଘଟଣାକୁ ନେଇ ଚିନ୍ତାରେ ଥିବା ବେଳେ  ଦ୍ବିତୀୟ ଅଭିଯୁକ୍ତଙ୍କୁ ଖୋଜିବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛି ପୁଲିସ। ତେବେ ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ଏହାରି ଭିତରେ ୩ୟ ଅଭିଯୁକ୍ତ ଅମରେଶ ଗିରଫ ହେବା ପୁଲିସ ପାଇଁ ଏକ ବଡ ସଫଳତା କୁହା ଯାଇପାରେ। କାରଣ ପୁଲିସ ଅମରେଶ ଠାରୁ ଝରାଫୁଲ ମୃତ୍ୟୁର କାରଣ ସହ ଫେରାର ଅଭିଯୁକ୍ତ ଶେଖର ପାଖରେ ପହଂଚିବାରେ ସଫଳ ହୋଇପାରେ।
ଗତ ଜାନୁଆରି ୨୭ତାରିଖରେ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ମୂଳପାଳ ରାସ୍ତାରୁ ମିଳିଥିବା ଝରାଫୁଲ ନାୟକର ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ସିସି ଟିଭି ଆଧାରରେ  ଆରମ୍ଭ କରିଥିଲା ଛାନଭିନ୍ । ତେବେ ଗୋଟିଏ ଦିନ ପରେ ଏୟାରଫିଲଡ ଥାନାରେ ରାକେଶ  ସ୍ୱାଇଁ ଆତ୍ମସମର୍ପଣ କରିବା ପରେ ଅନ୍ୟ ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ଝାଲ ବୁହାଉଛି । ତେବେ ଅନ୍ୟ ଅଭିଯୁକ୍ତ ଶେଖରକୁ ପୁଲିସ ଖୋଜିବାରେ ବିଫଳ ଥିବା ବେଳେ ଏବେ ତଦନ୍ତକାରୀ ଅଧିକାରୀ ରାଜ୍ୟ ବାହାରେ ଖୋଜାଖୋଜି ଜାରି ରଖିଛନ୍ତି। ଶେଖର ନିଜର ପଂଜୀକୃତ ମୋବାଇଲକୁ ବନ୍ଦ ରଖିଥିବାରୁ ପୁଲିସ ଶେଖର ପାଖରେ ସହଜରେ ପହଂଚି ପାରୁନାହିଁ ଏବଂ ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡୁଛି ।
ତେବେ କୁଆଖିଆ ପୁଲିସ କେବେ ଶେଖର ପାଖରେ ପହଞ୍ଚି ପାରୁଛି ଏବଂ ଝରାଫୁଲ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠି ପାରୁଛି ତାକୁ ହିଁ ଅପେକ୍ଷା ଥିବା ବେଳେ ସେପଟେ ଚାର୍ଜସିଟ ଦାଖଲ ଅବଧି ସରି ସରି ଆସୁଥିବା ବେଳେ ପୁଲିସ ସମୟ ପୂର୍ବରୁ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରି ପାରିବ ବୋଲି ସରକାରୀ ପବ୍ଲିକ୍ପ୍ରୋ ସିକ୍ୟୁଟର ସମରେନ୍ଦ୍ର ଦାସ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe