ତୃତୀୟ ଦିନରେ ଐତିହାସିକ ଗଡ଼ମାଣତ୍ରୀ ରାମଲୀଳା

ତୃତୀୟ ଦିନରେ ଐତିହାସିକ ଗଡ଼ମାଣତ୍ରୀ ରାମଲୀଳା

Sambad

ସିକୋ: ଐତିହାସିକ ଗଡ଼ମାଣତ୍ରୀର ରାମଚନ୍ଦ୍ରପୁର ଠାରେ ରାମଲୀଳା ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଓ ସିକୋ ଠାରେ ରାମଲୀଳା ଉଦ୍ୟାପିତ ହୋଇଛି। ରାମଚନ୍ଦ୍ରପୁର ନାଟ୍ୟ ସଂସଦ ଆନୁକୂଲ୍ୟରେ ଚାଲିଥିବା ଏହି ରାମଲୀଳା ଗତ ରବିବାର ଶୁଭାରମ୍ଭ ହୋଇଥିଲା। ଏହି ରାମଲୀଳାର ପ୍ରଥମ ଦିନରେ ସୀତାହରଣ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତିମ ୭ମ ଦିନରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଦିବସରେ ସରପଞ୍ଚ କରୁଣାକର ଦଳସିଂହରାୟ, ଶିକ୍ଷାବିତ୍ ବଳରାମ ରଣସିଂହ, ଅଭିମନ୍ୟୁ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ନାଟ୍ୟକାରୀ ନାରାୟଣ ମୁଦୁଲି ଏହି ରାମଲୀଳା ନାଟକର ନିର୍ଦେଶନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୯୫ ବର୍ଷ ଧରି ରାମଚନ୍ଦ୍ରପୁରରେ ଏହି ରାମଲୀଳା ନିରବଚ୍ଛିନ୍ନ ଭାବେ ଚାଲିଆସୁଛି। ଗତ ଦୁଇବର୍ଷ କରୋନା ସଂକ୍ରମଣ ଓ କଟକଣା ଯୋଗୁଁ ଏହି ନାଟକ ବନ୍ଦ ରହିଥିଲା। ଚଳିତବର୍ଷ ପୁଣି ଏହି ରାମଲୀଳା ଆରମ୍ଭ ହୋଇଥିବାରୁ ଦୈନିକ ଶତାଧିକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେଉଛି।

publive-image Sambad

ସେହିଭଳି ସିକୋ ତିନିକିଆ ଛକ ଠାରେ ଥିବା ରାମଲୀଳା ପଡ଼ିଆ ଠାରେ ଗତ ୯ ଦିନ ଧରି ଚାଲିଥିବା ରାମଲୀଳା ରବିବାର ଉଦ୍ୟାପିତ ହୋଇଯାଇଛି। ଶୁକ୍ରବାର ରାତିରେ ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ ହୋଇଥିଲା। ଏହି ରାମଲୀଳାରେ କାଶୀନାଥ ସ୍ୱାଇଁ, କେଳୁଚରଣ ସ୍ୱାଇଁ, ରାକେଶ କୁମାର ବାହୁବଳେନ୍ଦ୍ର, ସୁଦାମଚରଣ ଶୁକ୍ଲ ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ସ୍ୱପ୍ନସାଗର ବରାଳ, ହିମାଂଶୁ ଶେଖର ସାହୁ, ଅର୍ପିତ ସ୍ୱାଇଁ, ରଙ୍କନିଥି ସାମନ୍ତରାୟ ପ୍ରମୁଖ ରୂପସଜ୍ଜା, ମଞ୍ଚ ପରିଚାଳନା ଆଦି ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe