ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି, ପୁଣି ପାଟଣା ଥାନା ଚର୍ଚ୍ଚାରେ!

Advertisment

ଏସ୍‌ପିଙ୍କୁ ଫେରାଦ ହେଲେ ନାବାଳକର ମା'

ଏସ୍‌ପିଙ୍କୁ ଫେରାଦ ହେଲେ ନାବାଳକର ମା'

ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି, ପୁଣି ପାଟଣା ଥାନା ଚର୍ଚ୍ଚାରେ!

Representational image photo-pri.org

କେନ୍ଦୁଝର: ପୁରୀ, ବୀରମିତ୍ରପୁର ହାଜତ ମୃତ୍ୟୁ ଏବଂ ପିପିଲି ପୁଲିସର ଥାର୍ଡ ଡିଗ୍ରିକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଥିବା ଘଟଣା ପଦାକୁ ଆସିଛି। ଆହତ ନାବାଳକଙ୍କ ମା' ଏ ନେଇ କେନ୍ଦୁଝର ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, କୌଣସି ଏକ ଚୋରି ମାମଲାରେ ପାଟଣା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳକଙ୍କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା। ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆସିଥିଲେ। ପୁଅକୁ କିଛି ସମୟ ପରେ ଛଡାଯିବ ବୋଲି କହି ପରିବାର ଲୋକଙ୍କୁ ଫେରାଇ ଦିଆଯା‌ଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଥାନାରୁ ନ ଫେରିବାରୁ ଅପରାହ୍‌ଣ ୪ଟା ବେଳେ ଆସି ଦେଖିବା ବେଳକୁ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରି କ୍ଷତାକ୍ତ କରି ଦିଆଯାଇଛି।

ପୁଲିସ ତାଙ୍କୁ ଛାଡ଼ି ଦେଇଥିଲେ ମଧ୍ୟ ଗୋଡ଼ରେ ପ୍ରବଳ ମାଡ଼ ହୋଇଥିବାରୁ ସେ ଚାଲିବା ଅବସ୍ଥାରେ ନଥିଲେ । ଏହାପରେ ପରିବାର ନାବାଳକଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲେ। ଏହି ଥାନାର ଦୁଇ ଜଣ କର୍ମଚାରୀ ଶିବଶଙ୍କର ଆଲଦା ଓ ଅରୁୁପ ସାମଲ ନାବାଳକଙ୍କୁ ମା‌ଡ଼ ମାରିବା ପରେ ଏବେ ପରିବାରକୁ ଧମକ ଦେଉଥିବା ନେଇ ଆଜି ନାବାଳକର ମା' କେନ୍ଦୁଝର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ନାବାଳକର ମା' କହିଛନ୍ତି, ଆଜି ଆମେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିବା ପରେ କୋର୍ଟରେ ମାମଲା କରିବାକୁ ଆସିଛୁ। ପୁଲିସ ପାଖରୁ ନ୍ୟାୟ ଆଶା ନ ଥିବାରୁ କୋର୍ଟ ଆସିଛୁ। ମାତ୍ର ଆଜି ସନ୍ଧ୍ୟା ହୋଇ ଯିବାରୁ ଆସନ୍ତା କାଲି ମାମଲା ରୁଜୁ କରିବୁ ବୋଲି ସେ କହିଛନ୍ତି |

ଏ ସଂପର୍କରେ ଘଟଗାଁ ଏସ୍‌ଡ଼ିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପଚରାଯିବାରେ ଘଟଣା ସଂପର୍କ‌ରେ ଅବଗତ ନଥିବା କହିବା ସହ ସତ୍ୟାସତ୍ୟ ଅନୁସନ୍ଧାନ କରି ଜଣାଇବି ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ପାଟଣା ଥାନାରେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମରାଯାଉଥିବା ବେଳର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସଂଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିଲେ। ପରେ ତାଙ୍କୁ କୌଣସି ଥାନା ଦାୟିତ୍ବ ନଦେବାକୁ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଜଣେ ନାବାଳକଙ୍କୁୁ ଥାନାକୁ ଡକାଇ ଥାର୍ଡଡିିଗ୍ରିି ପ୍ରୟୋଗ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe