ଚାନ୍ଦବାଲି ଓ ଭଣ୍ଡାରିପୋଖରୀରେ ୭୫ ପ୍ରତିଶତ ମତଦା‌ନ, ତିହିଡି ବ୍ଲକର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି

Advertisment
ଚାନ୍ଦବାଲି ଓ ଭଣ୍ଡାରିପୋଖରୀରେ ୭୫ ପ୍ରତିଶତ ମତଦା‌ନ, ତିହିଡି ବ୍ଲକର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି

ଭଦ୍ରକ: ଆଜି ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୫ ପ୍ରତିଶତ ମତଦାନ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିବା ବେଳେ ଦୁଇଟି ବ୍ଲକର ୮ ଜିଲ୍ଲା ପରିଷଦ, ୫୯ ପଞ୍ଚାୟତ, ୭୯୨ ଟି ୱାର୍ଡ ପାଇଁ ମତଦାନ କରାଯାଇଥିଲା। ମୋଟ ୭୯୨ ଟି ଭୋଟ ଗ୍ରହଣ କେନ୍ଦ୍ରରେ ୨ ଲକ୍ଷ ୯୫ ହଜାର ୨୫୯ ଭୋଟର ମତଦାନ କରିଥିଲେ। ଏହି ମତଦାନ କାର୍ଯ୍ୟକ୍ରମ ପରିଚାଳନାରେ ୩୪୭୨ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ସକାଳ ୭ଟାରୁ ଦିନ ଗୋଟାଏ ମଧ୍ୟରେ ମତଦାନ କାର୍ଯ୍ୟ ଚାଲିଥିଲା। ମତଦାନ ପରେ ପୁଲିଂ ଷ୍ଟେସନରୁ ସୁରକ୍ଷିତ ଭାବେ ବାଲେଟ୍ ବାକ୍ସ ଗୁଡିକ ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ବ୍ଲକରେ ରଖାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ୩୪ ଟି ମୋବାଇଲ ଟିମ୍ ଓ ୬ଟି ସୁପରଭାଇଜିଂ ଟିମ୍ ପୁଲିଂ ଷ୍ଟେସନ ଉପରେ କଡା ନଜର ରଖିଥିଲେ। ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଚାନ୍ଦବାଲି ବ୍ଲକର ୫ ଟି ଜିଲ୍ଲା ପରିଷଦ ଜୋନ ୧, ୨, ୩, ୪, ୫ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୩୬ ଟି ପଞ୍ଚାୟତ ଓ ୪୭୬ ଟି
ୱାର୍ଡ ପାଇଁ ନିର୍ବାଚନ ଶେଷ ହୋଇଛି। ଏଥିପାଇଁ ଚାନ୍ଦବାଲି ବ୍ଲକରେ ମୋଟ ୧ ଲକ୍ଷ ୮୩ ହଜାର ୩୪୯ ଜଣ ଭୋଟର ସେମାନଙ୍କର ମତଦାନ ସବ୍ୟସ୍ତ କରିଥିଲେ। ସେହିପରି ଭଣ୍ଡାରିପୋଖରୀ ବ୍ଲକର ୩ ଟି ଜିଲ୍ଲା ପରିଷଦ ଜୋନ ୨୨,୨୩ ଓ ୨୪ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି।

ଏହି ବ୍ଲକରେ ୨୩ ଟି ପଞ୍ଚାୟତ ଓ ୩୧୬ ଟି ୱାର୍ଡ ପାଇଁ ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନରେ ଭଣ୍ଡାରିପୋଖରୀ ବ୍ଲକରେ ମୋଟ ୧ ଲକ୍ଷ ୧୧ ହଜାର ୯୧୦ ଜଣ ଭୋଟର ମତଦାନ କରିଥିଲେ। ଆଜିର ନିର୍ବାଚନରେ ମୋଟ ୮୫୦ ଜଣ ହୋମ ଗାର୍ଡଙ୍କ ସହ ୧୦ ପ୍ଲାଟୁନ୍ ଫୋର୍ସ ୧୫୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ମୁତୟନ କରାଯାଇଥିବା ବେଳେ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ୫୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜିଠାରୁ ପୁଣି ପୁଲିଂ ପାର୍ଟି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପସ୍ତୁତି ଆରମ୍ଭ କରିଛନ୍ତି।

ଆସନ୍ତା ୨୦ ତାରିଖ ରବିବାର ଦିନ ସକାଳ ୭ ଟାରୁ ଦିନ ଗୋଟାଏ ମଧ୍ୟରେ ଜିଲ୍ଲାର ତିହିଡି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ତିହିଡି ବ୍ଲକର ୪ ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୩୧ ଟି ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏଇ ବ୍ଲକରେ ୫୩୬ ଟି ୱାର୍ଡରେ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହେବ। ୧ ଲକ୍ଷ ୬୪ ହଜାର ଭୋଟର ମତଦାନ କରିବା ପାଇଁ ତିହିଡି ବ୍ଲକରେ ମ‌ୋଟ ୫୩୬ ଟି ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଆଜି ସନ୍ଧ୍ୟା ଠାରୁ ଏଇ ସବୁ ଭୋଟ ଗ୍ରହଣ କେନ୍ଦ୍ରକୁ ପୁଲିଂ ପାର୍ଟିଙ୍କୁ ପଠାଯାଇଛି। ଆସନ୍ତାକାଲି ସକାଳୁ ମଧ୍ୟ ପାଖିଆ ପୁଲିଂ ଷ୍ଟେସନ ଗୁଡିକୁ ପୁଲିଂ ପାର୍ଟିଙ୍କୁ ପଠାଯିବ ବୋଲି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe