ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: କୁଲିହାବାହାଲିକୁ ହରାଇ ବଙ୍କିଆ ଚମ୍ପିଅନ

Advertisment
ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: କୁଲିହାବାହାଲିକୁ ହରାଇ ବଙ୍କିଆ ଚମ୍ପିଅନ

Sambad

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ହେଉଥିବା ୧୩ତମ ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କୁଲିହାବାହାଲିକୁ ହରାଇ ବଙ୍କିଆ ଚମ୍ପିଅନ ହୋଇଛି। ଫାଇନାଲ ମ୍ୟାଚଟି ତିନୋଟି ଫର୍ମାଟରେ ହୋଇଥିଲା। ପ୍ରଥମ ଫର୍ମାଟରେ କୁଲିହାବାହାଲି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୯୪ରନ କରିଥିଲା। ଦଳର ଅର୍ଜୁନ ୩୦ରନ କରିଥିଲା। ଜବାବରେ ବଙ୍କିଆ ୧୦ ଓଭରରେ ୪ ୱିକେଟ ହରାଇ ୯୫ରନ କରିଥିଲା। ଦ୍ବିତୀୟ ଫର୍ମାଟରେ କୁଲିହାବାହାଲି ନିର୍ଦ୍ଧାରିତ ୬ ଓଭରରେ ୬ ୱିକେଟ ହରାଇ ୪୦ ରନ କରିଥିଲା। ଜବାବରେ ବଙ୍କିଆ ଦଳ ୫.୧ ଓଭରରେ ୩ ୱିକେଟ ହରାଇ ୪୧ ରନ କରିଥିଲା।

ଫଳରେ ଉଭୟ ଫର୍ମାଟରେ ବିଜୟୀ ହୋଇ ବଙ୍କିଆ ଚମ୍ପିଅନ ହୋଇଛି। ବହଲପଦର ସମିତିସଭ୍ୟ ପୀତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଦୁର୍ଜନତୈଳା ସରପଞ୍ଚ ରଞ୍ଜିତ ଖେତି, ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା, ସୁପ୍ରଭା ଖେତି, ବହଳପଦର ସିଆରସିସି ପ୍ରଦିପ ଜଗଦଲା, କ୍ରିଡାବିତ ବିଶ୍ବାମିତ୍ର ସେଠୀ, ଗୋପାଳ ସେଠୀ, ତ୍ରିଲୋଚନ ସାହୁ, ଶିକ୍ଷାବିତ ସୁରେନ୍ଦ୍ର ଭୋଇ, ଜ୍ଞାନରଞ୍ଜନ ସାହୁ, କାର୍ତ୍ତିକ ପ୍ରଧାନ, ରବିନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଅଜୟଙ୍କୁ ମ୍ୟାନ ଅଫ ଦି ସିରିଜ, ବେଷ୍ଟ ସିକ୍ସର, ଯଦୁଙ୍କୁ ଶ୍ରେଷ୍ଠ ବୋଲର, ପ୍ରସାନ୍ତଙ୍କୁ ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଓ ଅଭିଳାଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଚମ୍ପିୟନ ଦଳକୁ ନଗଦ ୧୦ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଦଳକୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚକୁ ଭିକାରୀ ସାହୁ ଓ ବାବୁଲାଲ ଧଲ ପରିଚାଳନା କରିଥିବା ବେଳେ ସରୋଜ ସାହୁ ସ୍କୋରିଂ ଏବଂ ପ୍ରାଣବନ୍ଧୁ ସାହୁ, ବିଦ୍ୟା ସାହୁ ଓ ସୁରେନ୍ଦ୍ର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe