ରାଉରକେଲାରେ ଯୁଗ୍ମ ଜନଶୁଣାଣି: ଦାଖଲ ହେଲା ୩୮ ଅଭିଯୋଗ

Advertisment
ରାଉରକେଲାରେ ଯୁଗ୍ମ ଜନଶୁଣାଣି: ଦାଖଲ ହେଲା ୩୮ ଅଭିଯୋଗ

Sambad

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡଃ. ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି କମିସନର ଡଃ. ଶୁଭଙ୍କର ମହାପାତ୍ର, ଏସପି ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତରହି ଜନସଧାରଣଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଆଦିର ଶୁଣାଣି କରିଥିଲେ। ଯୁଗ୍ମ ଜନଶୁଣାଣିରେ ମୋଟ୍‌ ୩୮ଟି ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ଶୁଣାଣି କରି ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକୁ ବିଚାରକୁ ନେଇ ଯଥାଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜନଶୁଣାଣି ବେଳେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଟ୍ୟନିର୍ବାହୀ ଅଧିକାରୀ ଭୈରବ ସିଂଡ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସରୋଜ ମିଶ୍ର, ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ଜିଲ୍ଲା କଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ସିଇଓ ରିତା ଡାଙ୍ଗ, ପାନପୋଷ ଉପଜିଲ୍ଲପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଆର୍‌ଏମ୍‌ସି ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ଡ଼ଃ. ଗୌରବମୟ ପ୍ରଧାନ, ରୋନିତ୍ କୁମାର, ସୁନ୍ଦରଗଡ଼ ଡେପୁଟି କଲେକ୍ଟର କୁନ୍ତୀ ରାଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe