ଜୁଆ ଖେଳ ଉପରେ ଚଢଉ: ୨ ଲକ୍ଷ ୪୬ ହଜାର ଟଙ୍କା ଜବତ, ୩୭ ଗିରଫ

ଜୁଆ ଖେଳ ଉପରେ ଚଢଉ: ୨ ଲକ୍ଷ ୪୬ ହଜାର ଟଙ୍କା ଜବତ, ୩୭ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପକ୍ଷରୁ ଜୁଆ ଖେଳ ଉପରେ ଚଢାଉ କରାଯାଇଥିବା ଜଣାପଡିଛି। ଗତକାଲି କୁମାର ପୂର୍ଣ୍ଣିମା ଉପଲକ୍ଷେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଜୋରଦାର ଚାଲିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପୁଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପାଇଁ ଏକ ଟିମ ଗଠନ କରି ତିନୋଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ୩୧ ଜଣ ଜୁଆଡି ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ ଲକ୍ଷ ୩୨ ହଜାର ୭୮୦ ଟଙ୍କା ଜବତ କରାଯାଇଛି। ସେମାନଙ୍କ ଠାରୁ ୧୯ଟି ମୋବାଇଲ ମଧ୍ୟ ଜବତ କରାଯାଇଥିବା ବାଲିମେଳା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଓର୍କେଲ ଥାନାରେ ଏହି ତିନୋଟି କେଶ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି। ସେହିପରି ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ମଧ୍ୟ ଚଢାଉ କରାଯାଇ ୧୪ ହଜାର ଟଙ୍କା ଜବତ କରାଯିବା ସହ ୬ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଦକ୍ଷିଣ ଓଡିଶାରେ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହୁଏ। ପୁଲିସ ଏହି ଜୁଆ ଖେଳକୁ ରୋକ ଲଗାଇବା ପାଇଁ ଚଢାଉ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe