ବାହା ନହେଲେ ଜୀବନରୁ ମାରିଦେବାକୁ ଧମକ

ବାହା ନହେଲେ ଜୀବନରୁ ମାରିଦେବାକୁ ଧମକ

The Economic Times

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ସପ୍ତାହରେ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ଉକ୍ତ ବ୍ୟକ୍ତି ତାଙ୍କୁ ଭଲ ପାଇବାକୁ କହିଲା। ସେ ମନା କରିବା ପରେ ମଧ୍ୟ ବ୍ୟକ୍ତି ଜଣକ ତାଙ୍କ ପିଛା ଛାଡ଼ି ନଥିଲେ। ବାରମ୍ବାର କଲ୍‌ କରି ପ୍ରେମ ନିବେଦନ କରୁଥିଲେ। ପରେ ବିବାହ କରିବାକୁ କହିଲେ।

ଯୁବତୀ ଜଣକ ମନା କରିବାରୁ, ‘ମୋତେ ବାହା ହ, ନହେଲେ ତତେ ଜୀବନରୁ ମାରିଦେବି’ ବୋଲି ବ୍ୟକ୍ତି ଜଣକ ଧମକ ଦେଲା। ଯୁବତୀ ଜଣକ ଭୟରେ ଏ ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଉକ୍ତ ବ୍ୟକ୍ତିଙ୍କୁ ବାରଣ କରିବା ପରେ ମଧ୍ୟ ସେ ବାରମ୍ବାର ଧମକ ଦେଇଥିଲା। ଶେଷରେ ଏ ନେଇ ଯୁବତୀ ଜଣକ ସମ୍ବଲପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଧନୁପାଲି ଅଞ୍ଚଳର ସୋନୁ ସାହୁ ଓରଫ ଆଶିଷ(୨୭)କୁ ମଙ୍ଗଳବାର ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe